ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

ଲଙ୍ଗଳେଶ୍ବର – 19/01- ( ମ ନି ସ ) – ପ୍ରତ୍ଯେକ ଛାତ୍ର ଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣ ଗୁଡିକୁ ହୃଦୟଙ୍ଗମ କରି ସେମାନଙ୍କୁ ଉତ୍ତମ ଶୈକ୍ଷିକ ପରିବେଶ , ଅନୂକୁଳ ବାତାବରଣ ଓ ବିପୂଳ ଉତ୍ସାହ ପ୍ରଦାନ କରି ପାରିଲେ ସେମାନେ ଭବିଷ୍ଯତରେ ସମାଜ ର ଉନ୍ନତ୍ତି ସାଧନ କରିବା ସହିତ ନିଜ ଜୀବନ କୁ ସରସ , ସୁନ୍ଦର ଓ ମଧୁମୟ କରି ଗଢି ତୋଳି ପାରିବେ , ଏହା ବ୍ଯତୀତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସମସ୍ତ ଅଧ୍ଯାପକ ଓ ଅଧ୍ଯାପିକା ମଣିଷ ତିଆରି କାରଖାନା ର ବଡ ଶିଳ୍ପୀ ବୋଲି ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ବର ସ୍ଥିତ ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ନୂତନ ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ ରେ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ , ଏହି ଅବସର ରେ ଦୁର୍ଗା ପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଅଧ୍ଯକ୍ଷ ସୁବ୍ରତ୍ତ କୁମାର ନନ୍ଦୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ତା ମୁଖ୍ଯବକ୍ତା ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଲକ୍ଷ୍ମିନାରାୟଣ ମହାବିଦ୍ଯାଳୟ ର ଅଧ୍ଯକ୍ଷ ଉମେଶ ଚନ୍ଦ୍ର ପ୍ରଧାନ , ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସମ୍ପାଦକ ଗଗନ ବିହାରୀ ବାରିକ , ଶଙ୍କର ଚରଣ ଜେନା , ସନ୍ତୋଷ କୁମାର ନନ୍ଦୀ , ରାମଚନ୍ଦ୍ର ସାହୁ ଯୋଗଦେଇ ସମାଜ ର ବିକାଶ ପାଂଇ ଛାତ୍ର ଛାତ୍ରୀ ଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ , ଏହି ଅବସର ରେ କୃତୀ ଛାତ୍ର ଛାତ୍ରୀ ଓ ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ଯ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରା ଯିବା ସହିତ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଅର୍ଥନିତୀ ବିଭାଗ ର ଅଧ୍ଯାପକ କାର୍ତ୍ତିକ ଚନ୍ଦ୍ର ଦାସ ମଞ୍ଚ ଆହ୍ବାନ ଏବଂ ଇତିହାସ ବିଭାଗର ଅଧ୍ଯାପକ ଭୂପତି ଚରଣ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଣିତ ବିଭାର ଅଧ୍ଯାପକ ପ୍ରଦୀପ କୁମାର ଜେନା ଧନ୍ଯବାଦ ଅର୍ପଣ କରିଥିଲେ , କାର୍ଯ୍ଯକ୍ରମ କୁ ରଞ୍ଜିତ କୁମାର ଜେନା , ଅମରେନ୍ଦ୍ର ପରିଡା , ପ୍ରଶାନ୍ତ ବିଶ୍ବାଳ , ସଞ୍ଜୀବ କୁମାର ଜେନା , ସୀତାଂଶୁ ବାରିକ , ଦେବୀଦିପ୍ତି ଜେନା , ଗୌରିମଣୀ ସେନାପତି , ସୁଇଟି ପ୍ରସାଦ , ଅଳକା ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

masiha

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

masiha

Leave a Comment

error: Content is protected !!