ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜଗନ୍ନାଥ ପ୍ରଭୁ ମୋ ପାଖରେ ଥିଲେ
       ଧନ ମୋର ଲୋଡା ନାହିଁ
ଅଭାବ ସଂସାର ଚଳାଇ ନିଅନ୍ତି 
        ପ୍ରଭୁ ଶାହା ସବୁ ପାଇଁ।
ସୟନେ ସପନେ ତାଙ୍କ କଥା ଚିନ୍ତି
        ସୁଖରେ ବିତୁ ଜୀବନ
ପ୍ରଭୁ ନାମ ଜପ ଛାଡ଼ି ଯାଉ ପାପ
     ତା ରୂପ ମୋହର ଧନ।
ପ୍ରଭୁ ମୋର ଦିନ ପ୍ରଭୁ ମୋର ରାତି
       ପ୍ରଭୁ ମୋର ଆଦ୍ୟ ଶକ୍ତି
ତାଙ୍କ ନାମ ଧରି ମୋ ଦୁଃଖ ବିପଦ
        ସବୁ ସେ କରନ୍ତି ମୁକ୍ତି।
ପ୍ରଭୁ ମୋ ଜୀବନ ମୋ ମଥା ଚନ୍ଦନ
        ନିତି ମଥାରେ ଲଗାଇ
ତା ଗୀତ ଭଜନ ସଂଗୀତ ଗାଉଛି
     ତା ଭାବ ମୁଖ ଅନାଇ।
ସଂସାର ଭିତରେ ପଥର ହୃଦୟ
      ଗଛ ପରି ଧର୍ଯ୍ୟ ଦିଅ
ସମାଜ ମଙ୍ଗଳ କରିବା ପାଇଁ କି
       ହୃଦ ଶକ୍ତି ଭରି କୁହ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତ୍ରିଲୋଚନ ପାଢୀ ଙ୍କ କବିତା // ଆହେ ପ୍ରଭୁ ମହାବାହୁ

Sunil Chandra Nayak

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l l ଦଉଡ଼ି l l l

Sunil Chandra Nayak

Leave a Comment

error: Content is protected !!