ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଭସ୍ମିତା ମୁଦୁଲି ଙ୍କ କବିତା // ମିଠା ଅନୁଭୂତି

ମିଠା ଅନୁଭୂତି

ପ୍ରଥମ ଦେଖାର ମିଠା ଅନୁଭୂତି 
ହୋଇଗଲା ଇତିହାସ 
ଛଅଗୁଣ ହେଲା ପ୍ରେମର ଫଗୁଣ 
ମେଣ୍ଟିଗଲା ସବୁ ଶୋଷ ll 
ତମସା ଭିତରେ ଇନ୍ଦୁଟିଏ ସାଜି 
କରିଦେଲା ଆଲୋକିତ
ଜୀବନ ମରୁରେ ବର୍ଷାଟୋପା ତୁମେ 
ହସ ଲକ୍ଷେ ପାରିଜାତ ll 
ବଦଳିଗଲା ଏ ଜୀବନର ମୋଡ଼ 
ବଦଳିଗଲା ଭାଗ୍ୟରେଖା 
ସ୍ମୃତି ସାଜିଲା ରାସ୍ତା କଡରେ 
ଆମ ସେ ପହିଲି ଦେଖା ll 
ପ୍ରୀତି ଉହାଡ଼ରୁ ଲାଗୁଥିଲ ତୁମେ 
ଶିଳ୍ପୀଅଙ୍କା ପ୍ରତିମୂର୍ତ୍ତୀ
ଇଛା ହେଉଥିଲା ନଜରବନ୍ଦୀରେ 
କାଟିବାକୁ ସବୁରାତି ll 
ପଡୁ ନଥିଲା ମୋ ନୟନ ପଲକ
ଲାଗୁ ଥିଲା ବୋଧେ ଭ୍ରମ 
ପାଦ ଥାପିଥିଲି ସ୍ଵର୍ଗରେ ସତେକି 
ମାଦକଭରା ଏ ପ୍ରେମ ll 
ସରି ଯାଇଥିଲା ଦିନର ଆୟୁଷ 
ପାରୁନଥିଲି ମୁଁ ଜାଣି 
ଫେରିଗଲ ତୁମେ ଅଫେରା ରାଇଜ 
ହଜାରେ ସପନ ବୁଣି ll

ସୁଭସ୍ମିତା ମୁଦୁଲି 

ଜଟଣୀ , ଖୋର୍ଦ୍ଧା

Related posts

ମାମି ପାତ୍ର ଙ୍କ କବିତା = ରାମ ନବମୀ

Sunil Chandra Nayak

ହୃଷିକେଶ ଜାଲି ଙ୍କ କବିତା // ଉର୍ବର

Sunil Chandra Nayak

 ‘ସାହିତ୍ୟ ଅଗଣା ‘ ରେ ଭେଟନ୍ତୁ ମା’ ର ପ୍ରୀତି ଛବି ସବୁକୁ……

masiha

Leave a Comment

error: Content is protected !!