ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ଠାରେ ଜାତୀୟ ଯୁବ ସପ୍ତାହ ଉଦଯାପିତ 

ଫୁଲବାଣୀ / ଫୁଲବାଣୀ ବ୍ଲକ ର ବିଶିପଡ଼ା ପଞ୍ଚାୟତ ର ଶ୍ରୀଦେବୀ  ହାଇସ୍କୁଲ ବିଶିପଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ସପ୍ତାହ ଉଦଯାପିତ ହୋଇଯାଇଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଶ୍ରୀଦେବୀ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାହୁ ଫୁଲବାଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ହାଇସ୍କୁଲ୍ ର ସହାୟକ ଶିକ୍ଷକ ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ରଞ୍ଜନ କୁମାର ମିଶ୍ର  ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ  l ଅନୁଷ୍ଠିତ କାର୍ଯକ୍ରମ କୁ ସ୍କୁଲ୍ ର ଛାତ୍ର ଛାତ୍ରୀ ଓ ଯୁବକ ସଂଘ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଛାତ୍ର ଛାତ୍ରୀ ମାନ ଙ୍କ ମଧ୍ୟରେ ବକୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା ବକୃତା ପ୍ରତିଯୋଗୀତାରେ ବର୍ଷା ବିଶୋଇ ପ୍ରଥମ, ଦିପୁ ବେହେରା ଦ୍ୱିତୀୟ ଏବଂ ମାମଲି ଦିଗାଲ  ତୃତୀୟ ହୋଇଥିଲେ। ସେହିପରି ସଙ୍ଗୀତରେ ପ୍ରୀତିଲତା ବେହେରା ପ୍ରଥମ, ସୁପ୍ରିୟା ବେହେରା ଦ୍ୱିତୀୟ ଏବଂ ଗାୟତ୍ରୀ ପ୍ରଧାନ ତୃତୀୟ ହୋଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୂଖ୍ୟ ଲକ୍ଷ୍ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ବକୃତା ଓ ସଙ୍ଗୀତ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା  l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ  ସିବେନ୍ଦ୍ର ଦିଗାଲ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ

masiha

ବ୍ରହ୍ମପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

Sunil Chandra Nayak

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

masiha

Leave a Comment

error: Content is protected !!