ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତ ଜୋଡୋ ପଦଯାତ୍ରାକୁ ନେଇ କୋକସରା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୨୦/୧- ଆସନ୍ତା ୨୫ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ଭାରତ ଜୋଡୋ ପଦଯାତ୍ରା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଏହି ପଦଯାତ୍ରା କଳାହାଣ୍ଡି ଜିଲ୍ଲା ଅମାଠ ଛକରୁ ଆରମ୍ଭ ହୋଇ କୋକସରା ବ୍ଲକର ଆମପାଣି ଠାରେ ଶେଷ ହେବ। ଏହି କାର୍ଯ୍ୟକ୍ରମ ପରିଚାଳନାକୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ କୋକସରା ବ୍ଲକ କଂଗ୍ରେସ ଭବନରେ ବ୍ଲକ ସଭାପତି ଘନଶ୍ୟାମ ଜାଲ ଓ କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଜଣେ ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପୁଝାରିଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିବା ସହ ଶୋକ ବ୍ୟକ୍ତ କରିଥିଲେ। ପ୍ରସ୍ତୁତି ବୈଠକରେ କଳାହାଣ୍ଡି ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଉପସ୍ଥିତ ରହି ପଦଯାତ୍ରା କାର୍ଯ୍ୟକ୍ରମକୁ କିପରି ସଫଳ ରୂପାୟନ କରାଯିବ ସେ ନେଇ ଦଲୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଅଶୋକ କୁମାର ଅଗ୍ରୱାଲ, ନିମାଇଁ ଧ.ମାଝୀ, ଘନଶ୍ୟାମ ନାଏକ, ମାର୍କଣ୍ଡ ବେମାଲ, ନବୀନ ନାଏକ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ଉପ ସଭାପତି ହରେକୃଷ୍ଣ ନାଏକ, ମହେନ୍ଦ୍ର ଧରୁଆ, କୋକସରା ଜୋନ ସଭାପତି କମଳ ଲୋଚନ ନାଏକ, ଆମପାଣି ଜୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ସାଧାରଣ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ବ୍ରଜବନ୍ଧୁ ମିଶ୍ର, ଅରୁଣ ମାଝୀ, ମୁକୁନ୍ଦ ପଟ୍ଟନାୟକ, କାମଦେବ ଧ. ମାଝୀ, ନାରୀନେତ୍ରୀ ମାଧୁରୀ ନିଆଲ, ଫୁଲତୋଳା ଖମାରି କୋକସରା ବ୍ଲକର ଶତାଧିକ କଂଗ୍ରେସର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

ଵିଧାୟକ ଭାବେ ବିଜେଡି-କଂଗ୍ରେସ ଓ ସାଂସଦ ପାଇଁ ବିଜେଡି -ବିଜେପି ମଧ୍ୟରେ କଡା ମୁକାବିଲା :ଧୃବଙ୍କ ସଂଗଠନ ଅତୁଟ

masiha

Leave a Comment

error: Content is protected !!