ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତିରାଜ ପ୍ରତିନିଧିଙ୍କ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମ.ରାମପୁର,୨୧/୦୧(ମସୀହା):ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତା ରେ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକ ର ମ.ରାମପୁର ଓ ପଣ୍ଡକାମାଳ ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମାନଙ୍କୁ ନେଇ ତ୍ରୀ-ଦିବସୀୟ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମ କୁ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ଉଦଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ତିନି ଦିନିଆ ତାଲିମ ର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ର ତାଲିମଦାତା ବିମଳ ବାଗ ଓ ମୂରଲୀଧର ନାଏକ ଶିବିରରେ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ରେ ୱାର୍ଡ ମେମ୍ବର ମାନଙ୍କ ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା, ପଲ୍ଲୀ ସଭା, ଗ୍ରାମସଭା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ଦିନ ରେ ସରକାର ଙ୍କ ଏକ ସଫଳ କାର୍ଯ୍ୟକ୍ରମ କୁ କ୍ଷେତ୍ର ପରିଦର୍ଶନ ପାଇଁ 5T ସ୍କୁଲ ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତିରାଜ ପ୍ରତିନିଧିଙ୍କ ଜ୍ଞାନ ଓ କୌଶଳ ର ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା । ତୃତୀୟ ଦିବସ ରେ ଆୟୋଜକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ମୋହନ ବଳିଆରସିଂ ଯୋଗଦେଇ ତାଲିମାର୍ଥି ଙ୍କୁ ଦିୟିତ୍ଵ, କର୍ତ୍ତବ୍ୟ ଓ ୱାର୍ଡ ଏବଂ ଗ୍ରାମପଞ୍ଚାୟତ ବିକାଶ ରେ ସେମାନଙ୍କ ଭୂମିକା ବିଷୟ ରେ ସୂଚନା ଦେଇଥିଲେ। ତାଲିମ କାର୍ଯ୍ୟକ୍ରମ ର ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଭାବେ ଗ୍ରାମ ପଞ୍ଚାୟତ ଅଧିକାରୀ ଯୋଗ ଦେଇ ଅଂଶ ଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ ସଂଯୋଜିକା ମମିତା ପୁଝାରୀ , ଟୁକୁନା ବାଗ ଓ ବଂଶୀଧର ରଣା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

masiha

Leave a Comment

error: Content is protected !!