ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା କରିଥିଲେ l ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲ, ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ମାହେନ୍ଦ୍ରୀ ସାହୁ, ଯୁବ କଂଗ୍ରେସ ନେତା ବିଭୁତି ଭୁଷଣ ମହାକୁଡ଼, ବାଦଲୁ ଜାନି, ରଶ୍ମି କାନ୍ତ ସାହୁ, ଉତ୍ତମ ଭୋଇ, ବବ୍ରୁ ବାହାନ ଭୋଇ, ସଂକୀର୍ତ୍ତନ ଭୋଇ, ଦୟା ମାଝୀ, ରମେଶ ପୁଟେଲ, ଲାଭି ରଣା, ମକରଧ୍ବଜ ସାହୁ, ବିହାରିଲାଲ ସାହୁ, ପ୍ରମୋଦ ସାହୁ, ହେମନ୍ତ ସାହୁ, ସୁଦାମ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ତଦନ୍ତ ଓ ପ୍ରକାଶିତ ତାଲିକାରେ ସ୍ଥାନ ପାଇ ନ ଥିବା ଯୋଗ୍ୟ ବ୍ୟକ୍ତି ଙ୍କୁ ସାମିଲ କରିବା ନେଇ ଦାବି କରିଥିଲେ l ଏହି ଅବସରରେ ବିଡ଼ିଓ ସୂଚରିତା ମୁଗ୍ରୀ ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ ଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ବଂଶୀଧର ସାମଲ ଙ୍କ ସମେତ ଏକ ଟିମ ମୁତୟନ ହୋଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

masiha

ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ       

Sunil Chandra Nayak

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବେଣୁ ଦୁର୍ଗା 

Sunil Chandra Nayak

Leave a Comment

error: Content is protected !!