ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜେ ଇ ଏଲ୍ ଚର୍ଚ୍ଚ ଠାରେ ଖ୍ରୀଷ୍ଟିୟାନ୍ ବରିଷ୍ଟ ନାଗରିକ ସଂଘର ବାର୍ଷିକ ଉତ୍ସବ

ନବରଙ୍ଗପୁର,୨୦/୧(ମସିହା) ନବରଙ୍ଗପୁର ଜେ ଇ ଏଲ୍ ପ୍ରଧାନ ମଣ୍ଡଳୀ ଠାରେ ଖ୍ରୀଷ୍ଟିୟାନ୍ ବରିଷ୍ଠ ନାଗରିକ ସଂଘ ତରଫରୁ ଆଜି ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ସଂଘର ସଭାପତି ସୁଭ କୁମାର ମିଶନ ଗ୍ରାହମ ମହୋଦୟ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭlବେ ବର୍ଷୀୟାନ୍ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସମ୍ମାନୀତ ଅତିଥି ଭାବେ ରେଭ୍ ଏଲିଯାବେଥ୍ ବାଘ, ରେଭ୍ ବଵଲିନୀ ବିଷୋୟୀ ,ସମ୍ପାଦକ ଆଲ ଫ୍ରେଡ ଖରା ୧୪ନମ୍ୱର ୱାର୍ଡର କାଉନସିଲର ଶ୍ରୀ ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ ପ୍ରମ୍ମୁଖ ଯୋଗ ଦେଇ ଥିଲେ lସର୍ବ ପ୍ରଥମେ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ବାର୍ଷିକ ଉତ୍ସବ ଅବସରରେ ସଭାପତି ସମସ୍ତଙ୍କୁ ସ୍ଵାଗତ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l ଏହି ଅବସରରେ ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କ ସମାଜ ସେବା ମନୋଭାବକୁ ସମ୍ମାନ ଜଣାଇ ଅନୁଷ୍ଠାନ ତରଫରୁ ଚଳିତ ବର୍ଷର ସେବା ସମ୍ମାନ ରେ ସମ୍ମାନୀତ କରି ଶ୍ରୀ ମହାପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଅନୁଷ୍ଠାନ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରତିବର୍ଷ କରୁ ଥିବାରୁ ଭୁରି ଭୁରି ପ୍ରଶଂସା କରିଥିଲେ l ଶେଷରେ ସଂପାଦକ ଶ୍ରୀ ଖରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ

masiha

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

masiha

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!