ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପ୍ରିନିୟର ଆନୁକୁଲ୍ୟରେ ବିବିଧ ପରୀକ୍ଷା ଅନୁଷ୍ଠିତ 

ନବରଙ୍ଗପୁର ଜିଲ୍ଲା ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡ଼ିଆ ପ୍ରିନିୟର ଆନୁକୁଲ୍ୟରେ ପ୍ରବନ୍ଧ ଲିଖନ, ବକୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଓଡ଼ିଆ ଅଧ୍ୟାପକ ଗୋପାଳ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କା୍ଯ୍ୟକ୍ରମରେ ବିଚାରକ ଭାବେ ଇଂରାଜୀ ଅଧ୍ୟାପକ ଶଙ୍କର କୁମାର ନାଲା, ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର, ଅର୍ଥନୀତି ଅଧ୍ୟାପିକା ତୁଷାରୀ କୁମାରୀ ପଟ୍ଟନାୟକ, ଗ୍ରନ୍ଥପାଳକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ l ପର୍ଯ୍ୟାୟ କ୍ରମେ ଓଡ଼ିଆ ପ୍ରବନ୍ଧ ଲିଖନ, ଇଂରାଜୀ ପ୍ରବନ୍ଧ ଲିଖନ, ଓଡ଼ିଆ ଏବଂ ଇଂରାଜୀ ବକୃତା ପ୍ରତିଯୋଗିତା ସହିତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା l ଏଥିରେ ଶିକ୍ଷା ଅନୁଷ୍ଠାନର ବହୁ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ l ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏଵଂ ତୃତୀୟ ସ୍ଥାନ ପାଇଥିବା କୃତି ପ୍ରତିଯୋଗୀଙ୍କୁ ଆଗାମୀ ସାଧାରଣତନ୍ତ୍ର ଦିବସ ଦିନ ପୁରସ୍କୃତ କରାଯିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ମିଳିଛି l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଏନ ସି ସି ଦିବସ ପାଳନ 

masiha

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!