ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗ

ଗୋଳାମୁଣ୍ଡା/୨୧/୧/ମସିହା/ ପ୍ରଧାନମନ୍ତ୍ରୀ ଆବସ ଯୋଜନା କେବଳ ନିରୀହ ଗରୀବ ଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲା ବେଳେ ସେହି ଘୋଷଣା କୁ ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ମାନଙ୍କ ନୀତିହୀନ ଯୋଗୁଁ ଅନେକ ସ୍ଥାନରେ ଗରୀବ ଲୋକେ ବାଦ ପଡିଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତର ଦହନା ବାଗ ୨୦୨୩ର ଆବାସ ଯୋଜନା ତାଲିକାରୁ ନାମ ଗାଏବ ହୋଇଥିବା ଅଭିଯୋଗ ହେଉଛି । ପୂର୍ବରୁ ଏସସିସି ରିପୋର୍ଟରେ ଥିଲା ବର୍ତ୍ତମାନ କାହିଁକି କଟିଲା ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଦହନା ବାଗଙ୍କ ସ୍ୱାମୀ ଦୀର୍ଘ ୧୨ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି ସେହିଦିନ ଠୁ ସେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛି । ଏପରି ଜଣେ ଗରିବ ନିରୀହଙ୍କ ନାମ ଆବାସ ଯୋଜନାରୁ କଟିଯିବା ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ଧରିଥିବା ବେଳେ ସ୍ଥାନୀୟ ଲୋକ କମଳ ବାଗ, ରୁବଧର ସୁନାନୀ, ରଥାଙ୍ଗ ଛତ୍ରୀ ପ୍ରମୁଖ ଦହନା ବାଗ ଆବାସ ଯୋଜନାରେ ପାଇବା ଯୋଗ୍ୟବୋଲି ମତ ପ୍ରକାଶ କରିଥିଲା ବେଳେ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଜଗଦୀଶ ତାଣ୍ଡି ମଧ୍ୟ ସ୍ୱୀକାର କରିଥିଲେ । ଏ ଉପରେ ନାଏବ ସରପଞ୍ଚ ବୈକୁଣ୍ଠ ବାଗ,ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ ମଧ୍ୟ ଆବାସ ଯୋଜନା ପାଇବା ଯୋଗ୍ୟ ବୋଲି ଗଣ ମାଧ୍ୟମ ସମ୍ମୁଖରେ ସଫେଇ ଦେଇଥିଲେ । ଯୋଗ୍ୟ ହିତାଧିକାରୀଙ୍କ ନାମ ଗୁଡିକ କାହିଁକି ଆବାସ ଯୋଜନାରୁ କଟୁଛି ଏ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଜରୁରୀ ହୋଇପଡିଛି । କୁହୁରା ସମିତି ସଭ୍ୟା ମାଧୁରୀ ସୁନାନୀଙ୍କ ନାମ ଆବାସ ଯୋଜନାରେ ଆସିଛି ହେଲେ ତାଙ୍କର ମୃତ୍ୟ ହୋଇଯାଇଛି । ତାଙ୍କର ବଡ଼ ପୁଅ ଟଙ୍କ ଧର ସୁନାନୀ ମାହାଳିଙ୍ଗ ହାଇସ୍କୁଲରେ ଚାକିରୀ କରୁଥିବା ବେଳେ ସ୍ବର୍ଗତ ମାଧୁରୀ ସୁନାନୀଙ୍କ ଘରକୁ ଦହନା ବଗଙ୍କୁ ଦିଆଯାଉ ବୋଲି ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।ଏଭଳି ସେହି ଗାଁର ବିଧବା ଗୌରୀ ସୁନାନୀଙ୍କ ମଧ୍ୟ ଏସସିସି ତାଲିକାରେ ବାଦପଡିଛି ବୋଲି ଅଭିଯୋଗ କରିଛନ୍ତି ବିଧବା ମହିଳା ଗୌରୀ ସୁନାନୀ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!