ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘ ଦ୍ଵାରା  ଜନସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

ରାଉରକେଲା/ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଆୟୋଜିତ ହୋଇଛି ଜନସ୍ୱାସ୍ଥ୍ୟ ସଚେତନତା ଶିବିର । ଏ ବର୍ଷ ସେକ୍ଟର ୬ ସ୍ଥିତ ଭଗବତୀ ପଲ୍ଲୀରେ ଥିବା ୱେଲ୍ ଫେୟାର କମିଟି ସଭା ଗୃହରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ଡା. ଜ୍ଞାନ ରଞ୍ଜନ ଗିରି, ଡା. ଗୀତାଞ୍ଜଳି ପତ୍ରୀ, ଡା. ସୁରନାଥ ଜ୍ୟୋତିଶି ଏବଂ ଡା. ସାମର୍ଥ୍ ମିଶ୍ର ଯୋଗ ଦେଇ ସ୍ବାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଲୋକ ମାନଙ୍କୁ ଅବଗତ କରାଇବା ସହ ୧୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କର ସମସ୍ୟା ସମାଧାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଗତି ଉତ୍କଳ ସଙ୍ଘର ସଭାପତି ଅଜୟ କୁମାର ନାୟକ, ସଂପାଦକ ରାଧା ମୋହନ ନାୟକ, ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର,ଘନଶ୍ୟାମ ଧଳ, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର,ରଶ୍ମି ସାହୁ ଏବଂ ତୃପ୍ତି ବେହେରା, ନୀଳମଣି ବାଗ, ସୀମା ରାଣୀ ରାଉତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ସେହିପରି ଭଗବତୀପଲ୍ଲୀର ୱେଲଫେୟାର କମିଟିର ଅନେକ ସଦସ୍ୟ ମାନେ ଯଥା ଗୁରୁ ଚରଣ ସାମଲ,ସନ୍ତୋଷ ବେହେରା, ଆଶିଷ ଜେନା, ଅଜୟ କୁମାର ପଣ୍ଡା, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଅନେକ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ 

masiha

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!