ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ ଲୋକନାଟ୍ୟ ଦଣ୍ଡ ସମାଜ ର ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଚିନ୍ତନ ବୈଠକ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ତା ୨୧/୧/୨୦୨୩ ରିଖ ଶନିବାର ଦିନ ଫୁଲବାଣୀ ସଦର ମହକୁମା ହାଟପଦା ସ୍ଥାନୀୟ ମାଁ ନାରାୟଣୀ ଯାତ୍ରା ପଡ଼ିଆ ସ୍ଥିତ ସମ୍ମିଳନୀ କକ୍ଷରେ ଜାଗରଣ ମଞ୍ଚ ଆବାହକ ପରେଶ ମହାପାତ୍ର ଙ୍କର ନେତ୍ତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବୀନ କିଶୋର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ବୈଠକରେ ଜାଗରଣ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ଆସନ୍ତା ଫେବୃଆରୀ ୨୧,୨୨ ଦୁଇ ଦିନ ଧରି କନ୍ଧମାଳ, ବୌଦ୍ଧ ଓ ଦଶପଲ୍ଲା ଅଞ୍ଚଳ ଦଣ୍ଡ ସମାଜର ସମସ୍ତ କର୍ମକର୍ତ୍ତା ଙ୍କର ସହଯୋଗ ରେ ଚତୁର୍ଥ ଚିନ୍ତନ ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ହେବା ନିମନ୍ତେ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଗାମୀ ଦିନରେ ହେବା କୁ ଥିବା ଚିନ୍ତନ ବୈଠକରେ ସମସ୍ତ ଅଞ୍ଚଳରେ ଶିକ୍ଷା ର ଉନ୍ନତି ଓ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା। ଗୋମାତା ଙ୍କ ଦ୍ଵାରା ଜୈବିକ କୃଷିର ଉନ୍ନତି, ଗୋମାତାଙ୍କର ଆଧ୍ୟାତ୍ମିକ ଦିଗ ପ୍ରତି ଆଲୋକପାତ କରିବା,ଗୋମାତା ପ୍ରତି ଶ୍ରଦ୍ଧା ସମ୍ମାନ କୁ ପୁନଃରୁଦ୍ଧାର କରିବା। ସଂସ୍କୃତି ପରମ୍ପରା ବିଜ୍ଞାନ ସମ୍ମତ କାରଣ ଗୁଡ଼ିକ ଜାଣିବା ନିମନ୍ତେ ଆଗ୍ରହ ସୃଷ୍ଟି କରିବା। ସମାଜ ରେ ପ୍ରଚଳିତ କୁ ସଂସ୍କାର ଅନ୍ଧ ବିଶ୍ୱାସ କୁ ଦୂର କରାଯିବା। ପରିବେଶ ସୁରକ୍ଷା ପ୍ରତି ଚିନ୍ତା କରାଯିବା। ଏହା ସହିତ ଦଣ୍ଡୁଆ ମାନଙ୍କୁ କଳାକାର ଭତା ପ୍ରଦାନ କରିବା ,କାମନା ଘରର ଉନ୍ନତି ପାଇଁ ସରକାରୀ ସାହାର୍ଯ୍ୟ ପାଇଁ ଦାବୀ କରିବା,ଦଣ୍ଡ ସମୟରେ ଦଣ୍ଡୁଆ ମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଆର୍ଥିକ ସହାୟତା ୫ ଲକ୍ଷ ଟଙ୍କା ଦାବୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଫୁଲବାଣୀ ସହର ଦେଇ ଯାଇଥିବା ରାଜପଥ ନିମନ୍ତେ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ପଛ ପଟ ଠାରୁ କଲାଡି କୁ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ଜାଗରଣ ମଞ୍ଚ ବହୁଦିନରୁ ଦାବୀ କିରି ଆସୁଛି।ହେଲେ ପ୍ରଶାସନ କର୍ଣ୍ଣ ପାତ କରୁ ନାହାନ୍ତି । ସେହି ଦିନ ସେହି ଦାବି କୁ ଦହରାଇ ଜିଲ୍ଲାପାଳ ଭେଟି ଦାବିପତ୍ର ପ୍ରଦାନ କରିବା ସହ ସମସ୍ତ ଦାବୀ ପୂରଣ ନିମନ୍ତେ ଆନ୍ଦୋଳନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଉକ୍ତ ବୈଠକରେ ଜାଗରଣ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ ହୋଇଥିବା ରୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶେଷଦେଵ ଜାନୀ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ବିକାଶ ମହାନ୍ତି,ବ୍ରଜ କିଶୋର ପଟ୍ଟନାୟକ, ନବୀନ କୁମାର ସାହୁ,ବଂଶୀଧର ପଣ୍ଡା,ମହୋନ ପ୍ରଧାନ, ସମ୍ପାଦକ ଭାବେ ଭି ସୁବ୍ରମନ୍ୟୁମ ଦାସ,ଆଞ୍ଚଳିକ ସମ୍ପାଦକ ଭାବେ କିଶୋର ଚନ୍ଦ୍ର କଁହର,ନିରଞ୍ଜନ ମହାନ୍ତି, ଶ୍ରୀଧର ପୃଷ୍ଟି,ଅଶୋକ ପାଳ,ନୃସିଂହ କାର୍ଜି ମନୋନୀତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ସୁବାସ ବିସି ମାଝୀ, ରବି ଚନ୍ଦ୍ର ଲହରିଆ,କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପଣ୍ଡା ,ସଙ୍ଗଠନ ସମ୍ପାଦକ ଭାବେ ନିରଞ୍ଜନ ସାହୁ,ସରୋଜ ପଟ୍ଟନାୟକ,ବିପିନି ଚନ୍ଦ୍ର ପାତ୍ର,ହିସାବ ରକ୍ଷକ ଭାବେ ରାଜ କିଶୋର ପାଢ଼ୀ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ଭାବେ ନବୀନ କିଶୋର ପଣ୍ଡା,ନାରାୟଣ ସାହୁ,ରମେଶ ଚନ୍ଦ୍ର ମହାନ୍ତି, ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଉକ୍ତ ବୈଠକରେ ସଂସ୍କୃତି ଓ ପରମ୍ପରା ର ରକ୍ଷା ନିମନ୍ତେ ଦଣ୍ଡନାଚ ଭଳି ଏକ ମହାନ କାର୍ଯ୍ୟକ୍ରମ କରୁଥିବା କନ୍ଧମାଳ,ଦଶପଲ୍ଲା, ବୌଦ୍ଧ ଅଞ୍ଚଳ ଦଣ୍ଡ ସମାଜ ର କର୍ମକର୍ତ୍ତା ମାନେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ପଞ୍ଚାୟତୀରାଜ ଓ ଲୋକ ସେବା ଦିବସ ପାଳିତ

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ

masiha

Leave a Comment

error: Content is protected !!