ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଙ୍ଗରା ହେବା କୁ ବସିଲାଣି କୋଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ,ତଥାପି ବନବିଭାଗ ନୀରବ ଦ୍ରଷ୍ଟା

ନବରଙ୍ଗପୁର ୨୦/୧/(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମା ଠାରେ, ଟାଙ୍ଗରା ହେବାକୁ ବସିଲାଣି ଜଙ୍ଗଲ। ଜଙ୍ଗଲ କୁ ସୁରକ୍ଷା ନାମରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ଯେଉ ଜଙ୍ଗଲ ରହିଛି ତାକୁ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କ ନୀରବ ଦ୍ରଷ୍ଟା ଯୋଗୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଜଙ୍ଗଲ କଟା ନ ଯିବା ପାଇଁ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛି ତଥାପି କୋଷାଗୁମୁଡା ବ୍ଲକ ର ବିଭିନ୍ନ ଜଙ୍ଗଲ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ବ୍ଲକ ରେ ବନବିଭାଗ ର ଅଫିସ ଥାଇ ମଧ୍ୟ ସଂରକ୍ଷିତ ଜଙ୍ଗଲ ଗୁଡିକ ସଫା ହେବାକୁ ବସିଲାଣି ଯାହାକୁ ନେଇ ଏବେ ଚିନ୍ତା ରେ ଅଞ୍ଚଳ ବାସୀ। କୋଷାଗୁମୁଡା ସଦରମହକୁମା କୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲ ଯାହା କି କୋଷାଗୁମୁଡା ଓ ଛେଳିପଦର ମଧ୍ୟରେ ରହିଛି।ବିଗତ ଦିନ ମାନଙ୍କରେ ଜଙ୍ଗଲ ଟି ଘଞ୍ଚ ଜଙ୍ଗଲ ରେ ବିସ୍ତାରିତ ରହିଥିଲା କିନ୍ତୁ ବର୍ତମାନ ଦେଖିଲେ ଲାଗୁଛି ଯେ, ରାତି ଦିନ ଗଛ କଟା ଯାଇ ଜଙ୍ଗଲ ସମ୍ପୂର୍ଣ ଭାବେ ଲୋପ ପାଇବାକୁ ବସିଲାଣି।ଦୁଃଖର କଥା ଯେ ଏଠି ବନବିଭାଗ ଅଫିସ ରହିଥିବା ସତ୍ଵେ ମଧ୍ୟ କାହାର ନଜର ଟିକେ ପଡ଼ୁ ନାହିଁ ବୋଲି ଅଞ୍ଚଳ ବାସୀ ମତ ପ୍ରକାଶ କରୁଛନ୍ତି।ଏହି ଜଙ୍ଗଲ ଉପରେ ପ୍ରାୟ ତିନି ରୁ ଚାରି ଗ୍ରାମବାସୀ ନିର୍ଭର କରନ୍ତି। ଜାଳେଣି କାଠ ହେଉ ବା ଜଙ୍ଗଲ ଯାତ ଦ୍ରବ୍ୟ ପାଇଁ ଚାରି ଗ୍ରାମ ବାସୀ ଏହି ଜଙ୍ଗଲ କୁ ନିର୍ଭର କରିଆସୁଥିବା ବେଳେ, ଏବେ ଜଙ୍ଗଲ ଟି ଲୋପ ପାଇବାରେ ବସିଲାଣି ,ଯାହାକୁ ନେଇ ଏବେ ଚିନ୍ତା ରେ ଅଞ୍ଚଳ ବାସୀ।ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଜଙ୍ଗଲ କୁ ସୁରକ୍ଷା ପ୍ରଦାନ କରିବାରେ ସପୂର୍ଣ୍ଣ ବିଫଳ ହେଉଛି ବନବିଭାଗ। ଜଙ୍ଗଲ ରୁ ଦିନକୁ ଦିନ ବହୁ ସଂଖ୍ୟା ରେ ବଡ଼ ବଡ଼ ଗଛ କଟାଯାଉଛି କିନ୍ତୁ ବନବିଭାଗ ଅଧିକାରୀ ମାନେ ଦୃଷ୍ଟି ଦେଉ ନାହାନ୍ତି। ଯଦି ଏମିତି ହିଁ ଜଙ୍ଗଲ କଟା ଚାଲିଥିବ ତ ଆଗାମୀ ଦିନରେ ଜଙ୍ଗଲ ଟି ସମ୍ପୂର୍ଣ ଭାବେ ଟାଙ୍ଗରା ହୋଇଯିବ। ଏଣୁ ତୁରନ୍ତ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଲୋପ ପାଇବାକୁ ବସିଥିବା ସରଂକ୍ଷିତ ଜଙ୍ଗଲ କୁ ଉଦ୍ଧାର କରନ୍ତୁ ବୋଲି ଅଂଚଳବାସୀ ଦାବୀ କରିଛିନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ବନବିଭାଗ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ନା ଯେମିତି କି ସେମିତି ରହିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ବିଧାୟକଙ୍କ ଦ୍ଵାରା ସେତୁ ଭିତି ପ୍ରସ୍ତର ସ୍ଥାପନ

Sunil Chandra Nayak

ସେକ୍ଟର ୧୯ ଥାନାରେ ଆମ ପୁଲିସ ର ବୈଠକ 

Sunil Chandra Nayak

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

masiha

Leave a Comment

error: Content is protected !!