ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

ରାଉରକେଲା/ ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଫାଦର ଯୋଶେଫ ଆମଦୋଦନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍କୁଲର ଆଲୁମନି ଅନୁପମ ଗୁପ୍ତା, ବବିତା ମଣ୍ଡଳ,ଅମିତ ଧର, ସଞ୍ଜୟ କୁମାର ମାହାତୋ, ପି କେ ତ୍ରିପାଠୀ,ଅବିନାଶ କେର୍କେଟା, ଫାଦର ବୁଲୁ ବିରେନ୍ଦ୍ର କୁଜୁର ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବ୍ଲଡ ବ୍ୟାଙ୍କର ଡାକ୍ତର ଏମ୍ ସୋରେନ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧୀର ଭୋଳ,ଦୀପକ ଶଙ୍କର ମହାପାତ୍ର, ସରିତା ମଣ୍ଡଳ,ରୀନା ଦେ, ସୁଶ୍ରୀ ସଂଗୀତା ସାହୁ, ସୁବାସ ସାହୁ, ବିଶ୍ବଜିତ ରାଉତ, ନରେନ୍ଦ୍ର ସିଂହ କଲ୍ଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍କୁଲ ତରଫରୁ ଏହି ରକ୍ତଦାନ ଶିବିର ୯ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଶେଷରେ ଶ୍ରୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

Leave a Comment

error: Content is protected !!