ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଗୋଲାମୁଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମ ପ୍ରସାଦ କାଣ୍ଡ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇ , ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସ୍ବାଧୀନତା ପାଇଁ ଏହି ଦୁଇ ସଂଗ୍ରାମୀଙ୍କ ଲଢେ଼ଇକୁ ଦେଶବାସୀଙ୍କ ପାଇଁ ଚିର ସ୍ମରଣୀୟ ବୋଲି କହିଥିଲେ ଏବଂ ଦୁଇ ମହାନ ବୀରଙ୍କ ଉଦ୍ୟେଶ୍ୟରେ ଦୀକ୍ଷାନ୍ତ ବକ୍ତବ୍ଯ ଦେଇ ଉପସ୍ଥିତ ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ମନ୍ତ୍ରମୁଗ୍ଧ କରି ରଖିଥିଲେ. ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନାଦର୍ଶ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଦୁଇ ବୀର ପୁରୁଷଙ୍କର ସ୍ମୃତି ଚାରଣ କରିଥିଲେ ।କାର୍ଯ୍ୟକ୍ରମ ରେ ଅଶ୍ୱିନ ମଲ୍ଲିକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

masiha

Leave a Comment

error: Content is protected !!