ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ ନିଷ୍ପତ୍ତିକୁ ମୋହର ଲାଗିଥିବାରୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ୪୮୮ ବର୍ଗ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଭୂୟୀୟସି ପ୍ରଶଂସା କରାଯାଇଅଛି। ସରକାର ଡେମୋନଷ୍ଟ୍ରେଟର, ଲାଇବ୍ରେରିଆନ, କିରାଣୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଦାବୀ କୁ ବିଳମ୍ବରେ ହେଲେବି ସହୃଦୟତାର ବିଚାର କରିଥିବାରୁ ସଂଘ ତରଫରୁ ମୁଖ୍ୟ ମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ମୁଖ୍ୟ ଶାସନସଚିବ, ଉନ୍ନୟନ କମିଶନର, ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ , ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ,୪୮୮ ବର୍ଗ ରାଜ୍ୟ ସଭପତି ଶ୍ରୀ ପବିତ୍ର ମହଲା, ରାଜ୍ୟ ସମ୍ପାଦକ ଡ. ଅଟଳ ବଳ ତଥା ସମସ୍ତ ରାଜ୍ୟ ନେତୃମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଯାଇଛି। ଉଲ୍ଳେଖଯୋଗ୍ୟ ଯେ ସରକାରଙ୍କ ଅଭଳି ଏକ ଐତିହାସିକ ନିଷ୍ପତ୍ତି ରେ ଉଭୟ ୪୮୮ ବର୍ଗ ଓ ୬୬୨ ବର୍ଗ ର ପନ୍ଦର ହଜାର ରୁ ଉର୍ଦ୍ଧ କର୍ମଚାରୀ ଉପକୃତ ହୋଇଛନ୍ତି ବୋଲି କଳାହାଣ୍ଡି ଓ ନୂଆପଡା ଜିଲ୍ଲା ୪୮୮ ବର୍ଗ କଲେଜ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ର, ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ,ସରୋଜ ମିଶ୍ର, ପ୍ରସନ୍ନ ସାହୁ,ଘନଶ୍ୟାମ ଭାଟି, ଶାନ୍ତନୁ କୁମାର ପରିଡ଼ା,ଯୁଗଳ କିଶୋର ବାଗ,ସାକେତ ବେହେରା,ସଞ୍ଜୟ ପୁରୋହିତ ,ପ୍ରସନ୍ନ ପ୍ରଧାନ, ବିଶ୍ବରଂଜନ ବେହେରା,ପ୍ରିୟବ୍ରତ ବଣୁଆ ଓ ବିଭୂତି ପଟ୍ଟନାୟଙ୍କ ସହ କଳାହାଣ୍ଡି ଜିଲ୍ଲା ୬୬୨ ବର୍ଗ କଲେଜ ଦେମନଷ୍ଟେଟର – ପିଇଟି ସଂଘର ସୁବାସ ଦାସ ଓ ଅଶୋକ ବିଶି ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

Sunil Chandra Nayak

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ 

masiha

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତy

masiha

Leave a Comment

error: Content is protected !!