ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ରାଉରକେଲା/ସେକ୍ଟର ୭ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ସିୟର କାର୍ଯ୍ୟାଳୟ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଦାସ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଉଭୟ ମନିଷୀଙ୍କ ସ୍ବାଧୀନତା ସଂଗ୍ରାମରେ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଆସୋସିଏସନ୍‌ର ସଂପାଦକ ଭୁବନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁ ବାନାର୍ଜୀ,ଅମୂଲ୍ୟ ସେଠୀ,ହରି ବାହାଦୂର, ସୀମାଞ୍ଚଳ ସ୍ବାଇଁ, ସୈନ୍ୟାସୀ ଦାସ, ଲିଜାରାଣୀ ମହାରଣା, ନୀରୁ ବାରିକ,ଲିପି ଘୋଷ,ସୁଲତା ଛତ୍ରିଆ,ପ୍ରିୟଙ୍କା ସାହୁ,ତନୁଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!