ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ          

  ନବରଙ୍ଗପୁର ୨୨.୧.୨୦୨୨ : (ମସିହା) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଓଡ଼ିଶା ନାଟ୍ୟ ସଙ୍ଘ ତରଫରୁ ନାଟ୍ୟ ଆଲୋଚନା ଚକ୍ର ନାଟ୍ୟକାର ପ୍ରେମ ଚାନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଲୋଚନା ର ଵିଷୟ ଥିଲା “ନାଟକର ସଫଳତା ରେ ଦର୍ଶକଙ୍କ ଭୂମିକା” । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାର ସଂଘଠନ କୁ ମଜବୁତ କରିବାକୁ ହେଲେ ପ୍ରତି ମାସରେ ଏଭଳି ଭାବରେ ଆଲୋଚନା ଚକ୍ର କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ଆଲୋଚକ ଭାବେ ଡ଼ଃ ନରେନ୍ଦ୍ର ମିଶ୍ର, ଡ଼ଃ ସୌରଭ ଗୁପ୍ତା, ନାଟ୍ୟକାର ମନୋଜ କୁମାର ରଥ, ଗୋପାଳ ମହାରଣା, ସୁରେଶ ମହାନ୍ତି, ଦିଲ୍ଲୀପ ହୋତା, ମଣି ଦୀପା ଗୁପ୍ତା ଅଂଶ ଗ୍ରହଣ କରି ମଞ୍ଚ ନାଟକର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟକାର ନିର୍ଦେଶକ ପ୍ରକାଶ ସାମନ୍ତରାୟ, ଅସିତ କୁମାର ଦେଓ, ଜଗନ୍ନାଥ ରାଉତ, ଗୋକୁଳ ଚନ୍ଦ୍ର ଖଡଙ୍ଗା, ଈଶ୍ୱର ପାତ୍ର, ଅଶୋକ ପଟ୍ଟନାୟକ, ସ୍ଵର୍ଣଲତା ପଟ୍ଟନାୟକ, ମନୋଜ କୁମାର ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ତ୍ରିଧାରା ନାଟ୍ୟ ସଙ୍ଘର ଫେସବୁକ ନାଟକର ସମସ୍ତ କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ଉପଢକନ ଓ ସ୍ମୃତି ଫଳକ ପ୍ରଦାନ କରି ସଂମ୍ମାନୀତ କରିବା ସହିତ ସହରର ଚାରି ଜଣ ବରିଷ୍ଠ କଳାକାର ଙ୍କୁ ସଂମ୍ମାନୀତ କରାଯାଇଥିଲା। ନାଟ୍ୟକାର ଜଗନ୍ନାଥ ବେହେରା ସମଗ୍ର କାର୍ଯ୍ୟକ୍ରମ କୁ ସଫଳତା ସହିତ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ଲକ୍ଷ୍ମୀ ବସ ପୁନଃ ଚଳାଚଳ ପାଇଁ ବିଜୁ ଜନତା ଦଳର ଦାବୀ

Sunil Chandra Nayak

Leave a Comment

error: Content is protected !!