ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ

ମୟୂରଭଞ୍ଜ:- (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମ ରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାରାଂ ବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି।

        ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପାରିକ ପରିଧାନରେ ବାଙ୍କାବୁରୁ ପାହାଡ ନିକଟସ୍ଥ ପଡିଆରେ ଏକତ୍ରିତ ହୋଇ ପୁରୁଷ’ଙ୍କ ଦ୍ବାରା ପ୍ରସ୍ତୁତ ରନ୍ଧା ଖାଦ୍ୟ ମହିଳା ମାନଙ୍କୁ ପରସା ଯାଇଥିଲା। ବର୍ଷ ତମାମ ମହିଳା ମାନେ ପୁରୁଷ ତଥା ପରିବାର ବର୍ଗଙ୍କୁ ରନ୍ଧାବଢା କରି ଖାଦ୍ୟ ପରସୁଥିବାବେଳେ ନୂତନ ବର୍ଷ ମାଘ ମୁଲୁଃ ଅବସରରେ ମହିଳା ମାନଙ୍କୁ ବିଶ୍ରାମ ଦେବା ସହିତ ଦିନକ ପାଇଁ ଖାଦ୍ୟ ପ୍ରସ୍ତୁତ କରି ମହିଳା ମାନଙ୍କୁ ଖାଦ୍ୟ ପରଷି ସମ୍ମାନ ପ୍ରଦାନ କରିବାର ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। ସମସ୍ତେ ଭୋଜନ କରିବା ପରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ମାନେ ଉପସ୍ଥିତ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାନ୍ତାଳ ତଥା ଅନ୍ୟ ସମସ୍ତ ଆଦିବାସୀ ସମାଜ କୁ ସୁସ୍ଥ ସବଳ ଭାବେ ବଞ୍ଚିବାର ଆବଶ୍ୟକତା ରହିଛି, ତେଣୁ ଆଦିବାସୀ ମାନଙ୍କ ନିଜ ପରମ୍ପରା, ପରିଧାନ, ଭାଷା, ରିତିନିତୀ ଅନୁସରଣ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ। ପରେ ପାରମ୍ପାରିକ ବାଦ୍ୟରେ ସମସ୍ତେ ନୃତ୍ୟ କରି ନୂତନ ବର୍ଷ’ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହିତ ପାଳନ କରିଥିଲେ। ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରେ ସାନ୍ତାଳୀ ନବବର୍ଷ “ମାଘ ମୁଲୁଃ’ ପାଳନ କରାଯାଇଥାଏ।

  ଏହି କାଯ୍ର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଃଖିଶ୍ୟାମ ଟୁଡୁ (ପୂର୍ବତନ କିରାଣି), ଲାଖାଇ ବାସ୍କେ (ଅଧ୍ୟାପକ) ଏବଂ ରାମଦାସ ମୁର୍ମୁ (ବାବା ତିଲକା ପାଠାଗାର ପ୍ରତିଷ୍ଠାତା) ପ୍ରମୁଖ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ ତାରଣା ମାଝୀ ବାବା ରାମଚନ୍ଦ୍ର ହେମ୍ବ୍ରମ ଓ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗିଦିଘାଟୀ ମାଝୀବାବା ଭଜରାୟ ହାଁସଦାଃ, ରଘୁନାଥ ହାଁସଦାଃ, ପ୍ରଭାକର ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ।

      ମାରାଂ ବୁରୁ ସେମଲେଦ୍ କେନ୍ଦୁଆ ସଭାପତି ଇଶ୍ବର ବାସ୍କେ’ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଗ୍ରାମ ନାଏକେ ମେଘ୍ରାୟ ବାସ୍କେ, ଗ୍ରାମ ମାଝୀବାବା ଭାଗିତ କିସ୍କୁ, ତଥା ସଂଗଠନ ସଦସ୍ୟ ବୁସୁ ହେମ୍ବ୍ରମ, ସୁଗଦା କିସ୍କୁ, ସାଲଖୁ ବାସ୍କେ, ମାନସିଂ, ଡମାନ, ଗାନେ ଏବଂ କାରିଆ’ଙ୍କ ସହିତ ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଛୁଆ ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ 

Sunil Chandra Nayak

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

masiha

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!