ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ବୌଦ୍ଧ-୨୪/୦୧-ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଅଭିଭାବକ ମାନସ କୁମାର ପୁରୋହିତ ସଭାପତିତ୍ବ କରିଥିଲେ l ବାଣିଜ୍ୟ ଅଧ୍ୟାପକ ଜେନି ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅଧକ୍ଷ ରାଜକିଶୋର ପୃଷ୍ଟି ପୂର୍ବ ବିବରଣୀ ସହିତ ବୈଠକ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ ବୈଠକ ରେ ପ୍ରବେଶିକା ପରୀକ୍ଷା, ବାର୍ଷିକ ଉତ୍ସବ ପାଳନ, ବିଦ୍ୟାଳୟରେ ପାଠପଢ଼ା, ଶୌଚାଳୟ, ପିଇବା ପାଣି, ମଧ୍ୟାହ୍ନ ଭୋଜନ, ପାକଶାଲା ବଗିଚା, ଖେଳପଡିଆ, ହଷ୍ଟେଲ ନିର୍ମାଣ, ସାଧାରଣତନ୍ତ୍ର ଦିବସ ପାଳନ, ସରସ୍ୱତୀ ପୂଜା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା l ଆସନ୍ତା ମାର୍ଚ୍ଚ ମାସ ଶେଷ ସପ୍ତାହ ରେ ବାର୍ଷିକ ଉତ୍ସବ ଆୟୋଜନ ନିମନ୍ତେ ସ୍ଥିର କରାଯାଇଥିଲା lବିଭିନ୍ନ ଆଲୋଚନାରେ କୃତ୍ତିବାସ ପଲିଆ, ସୁଧୀର କୁମାର ପ୍ରଧାନ, ରାଜକୁମାର ପ୍ରଧାନ, ମହେଶ ପ୍ରସାଦ ନାୟକ ଭାଗ୍ୟଧର ଭୋକ୍ତା, ବିଭୁପ୍ରସାଦ ପାଣିଗ୍ରାହୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ଓଡ଼ିଆ ଶିକ୍ଷକ ଦିଲ୍ଲୀପ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l

ବୌଦ୍ଧ ଜ଼ିଲ୍ଲା ରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

KORAPUT COLLECTOR RECEIVES PRESTIGIOUS AWARD

masiha

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଜନଗରରେ ଅଗ୍ରଣୀ ହଂସୁଆ କଳା ପ୍ରତିଷ୍ଠାନ ପରେ ଏଵେ “ମୁର୍ଚ୍ଛନା” କଳା ପରିଷଦର ଶୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!