ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ -୨୪/୦୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ପାଠପଢ଼ା ବିପର୍ଯ୍ୟସ୍ତ ହୋଇଯାଇଛି । ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଫଳ ମିଳିବାରୁ ଆଜି ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଛନ୍ତି । ସୂଚନାଯୋଗ୍ୟ ଏହି ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ ଛାତ୍ର ଛାତ୍ରୀ ଏବଂ ୩ ଶିକ୍ଷକରେ ଚାଲୁଅଛି । ଆଗକୁ ପରୀକ୍ଷା ।୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୧୪୦ ପିଲାଙ୍କୁ ଏବଂ ସବୁ ଶ୍ରେଣୀରେ ପାଠପଢାଇବାକୁ ଅସମର୍ଥ ହେଉଛନ୍ତି । ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ତେଣୁ ନୂତନ ଶିକ୍ଷକ ନିଯୁକ୍ତି ନ ଏତଲା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ,ଅଭିଭାବକ, ଗ୍ରାମବାସୀ ତଥା ସ୍କୁଲ ପରିଚାଳନା ସଭାପତି ସୁଶିଲ ନାଏକ, କାଉନସିଲର ସାଇରନ ନିଶା ଅଜୟ ଗୁପ୍ତା,ରାଧା ନାଏକ,ଜିତୁମୋହନ ନାଏକ, ନାଗେଶ୍ଵର ମହାନ୍ତ ପ୍ରମୁଖ ଧାରଣାରେ ବସିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

masiha

Leave a Comment

error: Content is protected !!