ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଲାର ଯୋଗେ ପାଇପ୍ ପାଣି ଯୋଗାଣର ଶୁଭ ଉଦଘାଟନ

ବାଲେଶ୍ଵର,୨୪/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗ ଗଣ୍ଡିବେଡ଼ ଶକ୍ତିପୀଠ ଅର୍ଥାତ୍ ମା ଚଣ୍ଡୀଙ୍କ ପୀଠରେ ପାଇପ୍ ଦ୍ବାରା ପରିସରର ବିଭିନ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବୋରିଂ ଆରମ୍ଭ ହୋଇଛି । ସୋଲାର ଦ୍ବାରା ହତାବନ୍ଦୀ ପାଖେ ପାଖେ ପାଇପ୍ ଯୋଗେ ପ୍ରତ୍ୟେକ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ତା ୨୪/୦୧/୨୩ ରିଖ ମଙ୍ଗଳବାର ଶୁଭ ପୂଜନ ପରେ ବୋରିଂ ଆରମ୍ଭ ହୋଇଛି । ଏଥିପାଇଁ ଯାହା ଅର୍ଥରାଶି ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ବୋଲି ଟ୍ରଷ୍ଟ ପ୍ରକାଶ କରିଛି । ଏହି ଶୁଭ ପୂଜନ ବେଳେ ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀଧର ଦାସ, ସଞ୍ଜୟ ତିଆଡି, ସମିତିସଭ୍ୟ ନାରାୟଣ ଦାସ, ରତ୍ନାକର ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ଇତିପ୍ରଭା ମହାପାତ୍ର, ବେଣୁଧର ତିଆଡି, ଅନନ୍ତ ପଣ୍ଡା ଓ ଭଗବାନ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସରପଞ୍ଚ, ସମିତିସଭ୍ଯ, ୱାର୍ଡ ମେମ୍ବର, ଟ୍ରଷ୍ଟୀ ନଡ଼ିଆ ପିଟି ଶୁଭ ଉଦଘାଟନ କରିବା ପରେ ଶକ୍ତିପୀଠର ଉନ୍ନତି ପାଇଁ ସମସ୍ତେ ଖୁସି ଅନୁଭବ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି

Sunil Chandra Nayak

ଦିଲ୍ଲୀ, ଯନ୍ତର ମନ୍ତରରୁ ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ହଟାଇବା ଏବଂ ସେଠାରେ ଚାଲିଥିବା ଗଣଆନ୍ଦୋଳନକୁ ପଣ୍ଡ କରିବା ପାଇଁ ଦିଲ୍ଲୀ ପୋଲିସର ଉଦ୍ୟମକୁ ଦୃଢ଼ ନିନ୍ଦା କରି ଏଆଇଡିଏସଓ ର ବିକ୍ଷୋଭ 

Sunil Chandra Nayak

ମିଶନ ଅନ୍ତ୍ୟୋଦୟ ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!