ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

ନେତାଜୀ ସୁଭାଷ ୧୨୫ ତମ ଜନ୍ମ ବାର୍ଷିକୀ କମିଟି, ସୁନ୍ଦରଗଡ ଜିଲ୍ଲା କମିଟି ତରଫରୁ ଉଦଯାପନୀ ସମାରୋହରେ ଆହ୍ୱାନ

ରାଉରକେଲା/ଭାରତବର୍ଷ ସ୍ବାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମବାର୍ଷିକୀ, ନେତାଜୀ ସୁଭାଷ ୧୨୫ ତମ ଜନ୍ମବାର୍ଷିକୀ କମିଟି, ସୁନ୍ଦରଗଡ ଜିଲ୍ଲା ତରଫରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦେଇ ଆଜି ଉଦଯାପିତ ହୋଇଛି। ଏହି ଉପଲକ୍ଷେ ସେକ୍ଟର ୬ ବସ୍ତିଆ ମେମୋରିଆଲ ହଲ ଠାରେ ଏକ ଉଦଯାପନି ସମାରୋହ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କମିଟିର ସଭାପତି ଏନ ଆଇ ଟି ପ୍ରଫେସର ଡଃ. ରାମକୃଷ୍ଣ ବିଶ୍ବାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଏନ ଆଇ ଟି ଇଲେକ୍ଟ୍ରିକାଲ ବିଭାଗର ସହକାରୀ ପ୍ରଫେସର ଡଃ. ସୁପ୍ରତିମ ନାୟକ, ସମ୍ମାନୀୟ ଅତିଥି ସେକ୍ଟର ୧୬ ଡି ଏ ଭି ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୋୖର ଏବଂ ଏ ଆଇ ଏମ ଏସ୍ ଏସ୍ ରାଜ୍ୟ ସମ୍ପାଦିକା ସ୍ୱୟଂପ୍ରଭା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ନେତାଜୀଙ୍କ ଫଟୋଚିତ୍ରରେ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ ପରେ ଏକ ଶପଥପାଠ କରାଯାଇଥିଲା। ନେତାଜୀଙ୍କ ଜୀବନ ସଂଗ୍ରାମ ଉପରେ ଆଲୋଚନା କରି ଆଜିକାର ଦେଶର ପରିସ୍ଥିତିର ପଟଭୂମିରେ ନେତାଜୀଙ୍କ ଅପୁରିତ ସ୍ୱପ୍ନକୁ ସାକାର କରିବାପାଇଁ ଛାତ୍ର-ଯୁବ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। ନେତାଜୀ ଖାଲି ସାଧାରଣ ନେତା ନଥିଲେ, ସେ ଏକା ଧାରରେ ଜଣେ ଅର୍ଥନୀତିବିଦ, ରାଜନୀତିବିଦ୍ ଓ ଉଚ୍ଚ ଆଦର୍ଶସମ୍ପନ୍ନ ଦାର୍ଶନିକ ମଧ୍ୟ ଥିଲେ ବୋଲି ମୁଖ୍ୟବକ୍ତା କହିଥିଲେ। ପ୍ରକୃତ ଧର୍ମନିରପେକ୍ଷତାର ପ୍ରତୀକ ଥିଲେ ନେତାଜୀ। ଅନ୍ୟମାନଙ୍କ ମଧ୍ୟରେ ଡ଼. ସୁପ୍ରତିମ ନାୟକ ଓ ଶ୍ରୀମତୀ ଯଶବିନ୍ଦର କୋୖର ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଗତ ୮ ତାରିଖରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ମୋଟ ୬୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରଯାଇଥିଲା। ଏଥିରେ କମିଟିର ଉପ ସଭାପତି ଗଗନ ବିହାରୀ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ କମିଟିର ସମ୍ପାଦକ ଆଲୋକ ବେହେରା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। କମିଟିର ସର୍ବଶ୍ରୀ ଧୋବେଇ ବେହେରା, ଶେଖ ଇସଲାମ, ସୁବାଷ ଦଣ୍ଡପାଟ, ବିରେନ ନାୟକ, ବିଦ୍ୟୁତ ମହନ୍ତ, ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସହରର ବହୁ ବୁଦ୍ଧିଜୀବୀ ଓ ଅଭିଭାବକ, ଛାତ୍ରଛାତ୍ରୀ ଏହି ସଭାରେ ଯୋଗଦାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ   ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

masiha

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ନବରଙ୍ଗପୁରରେ ବିରଳ ପ୍ରଜାତିର ଫୁଲ

Leave a Comment

error: Content is protected !!