ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ଅଂଚଳ ରୁ ଦୁଇ ମାଓବାଦୀ ଗିରଫ 

ରାଇଘର  // 24/01/2023 // ନବରଙ୍ଗପୁର ଜିଲ୍ଲା ରାଇଘର ରୁ ଦୁଇ ମାଓବାଦୀ ଗିରଫ, ମେନପୁର ନୂଆପଡ଼ା ଡିଭିଜନ ର ଦୁଇ ହାର୍ଡ କର ମାଓବାଦୀ ଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ । ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗିରଫ ହୋଇଛନ୍ତି ଏହି ଦୁଇ ମାଓବାଦୀ । ସିଆରପିଏଫ ଏସଓଜି ଓ ଡିଭିଏଫ ର ମିଳିତ କମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହାର୍ଡ କର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ହାର୍ଡ କର ମାଓବାଦୀ ହେଲେ ଅନିତା ମାଣ୍ଡଭି ଓ ସମୁଦ୍ର ବାଘ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ଅନିତା ମାଣ୍ଡଭି ଙ୍କ ଘର ହୋଇଥିବା ବେଳେ ଓଡିଶା ର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘ ଙ୍କ ଘର । ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଘଠନ ରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ ରୁ ସକ୍ରିୟ ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମ ରେ ଜଡିତ ଥିବା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡ଼ିଆଇଜି,ପୂଜା ମାଣ୍ଡଭି ଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନ ରେ ଧରା ପଡିଥିବା ନେଇ ଡିଆଇଜି ପ୍ରେସ ମିଟ ରେ ସୂଚନା ଦେଇଛନ୍ତି,ପ୍ରେସମିଟ ସରିବା ପରେ ସେହି ଦୁଇଜଣ ଙ୍କୁ ରାଇଘର ଥାନାକୁ ଆଣି ପରେ କୋର୍ଟ ଚାଲାଣ କରାଯାଇ ଅଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରଗଛ ରୁ ଯୁବକର ମୃତ ଦେହ ଠାବ, ହତ୍ୟା ସନ୍ଦେହ ଘଟଣାସ୍ଥଳରେ ଉତ୍ତେଜନା….

masiha

ଛତିଶଗଡ଼ ସ୍ପେସିଆଲ ଟିମ ର ଚଢ଼ାଉ, ଓଡିଶା ରୁ ୨ ଗଂଜେଇ ବେପାରି ଗିରଫ , କୁମ୍ଭ କର୍ଣ୍ଣ ନିଦ୍ରାରେ କଳାହାଣ୍ଡି ଅବକାରୀ ବିଭାଗ

masiha

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

masiha

Leave a Comment

error: Content is protected !!