ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ କର୍ମକର୍ତ୍ତା ଚୟନ ସହ ପୂର୍ଣ୍ଣାଙ୍ଗ ହେଲା ନିର୍ବାଚନ ପ୍ରକ୍ରିୟା

ତେନ୍ତୁଳିଖୁଣ୍ଟି ୨୪/୦୧/୨୩। ଗତକାଲି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ ର ସାଧାରଣ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ ହୋଇଥିଲା। ଗତକାଲି ସଭାପତି ଓ ସଧାରଣ ସମ୍ପାଦକ ନିର୍ବାଚନ ସମ୍ପନ୍ନ ହୋଇଥିଲା। ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା ଓ ଅନ୍ୟାନ୍ୟ କମିଟି ଚୟନ ପାଇଁ ଏକ କୋର କମିଟି ଗଠନ କରା ଯାଇଥିଲା। ଆଜି ଉକ୍ର କୋର କମିଟି ଏକ ବୈଠକ କରି ସମସ୍ତ କମିଟି ଓ କର୍ମକର୍ତ୍ତା ଚୟନ କରିଥିଲେ। ସ୍ୱତନ୍ତ୍ର ଭାବେ ଏକ ମୋବାଇଲ ଉଇଙ୍ଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ କମିଟି ରେ କିଶୋର ପଟ୍ଟନାୟକ, ଫାଲ ଗୁନି ପାତ୍ର, ପି ପ୍ରକାଶ ,ବିକାଶ ସୁଆର ଏ ସତୀଶ, ଗୌତମ ଅଗ୍ରୱାଲ ଙ୍କୁ ଚୟନ କରାଯାଇଛି। ଜିଲ୍ଲା ଓ ୟୁ ଯେ ଅଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ସାହୁ ,ଉପ ସଭାପତି ଭାବେ ସୁମିତ ଘଣ୍ଟ ,ଫାଲ ଗୁନି ପ।ତ୍ର ,ଚିଦାନନ୍ଦ ସାହୁ ,ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ ସଭାପତି ଭାବେ ନଳିନୀ ମିଶ୍ର ଓ କିଶୋର ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି। ଜିଲ୍ଲା ଓ ୟୁ ଯେ ସମ୍ପାଦକ ଭାବେ ପ୍ରଶାନ୍ତ ପାଣିଗ୍ରାହୀ ଓ ପି ପ୍ରକାଶ ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରା ଯାଇଛି। ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୀବ ଜାନୀ , ତ୍ରିନାଥ ଧରୁୁଆ,ଗୌତମ ଅଗ୍ରୱାଲ ଓ ଲକ୍ଷ୍ମୀକାନ୍ତ ପଣ୍ଡା ମନୋନୀତ ହୋଇଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କିରଣ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ରବି ପଟ୍ଟନାୟକ, ଶିବ ଶଙ୍କର ପାଢ଼ୀ ଓ ମନୋଜ ପାଣ୍ଡି ମନୋନୀତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ଦଳେଇ ଓ ଆଇନ ପରାମର୍ଶ ଦାତା ଭାବେ ରାମ ନାୟକ ଙ୍କୁ ଚୟନ କରାଯାଇଛି। ରାଇଘର ବ୍ଲକ ସମ୍ପାଦକ ଅମୀୟ ମହାପାତ୍ର ,ଚନ୍ଦ।ହାଣ୍ଡି ବ୍ଲକ ସମ୍ପଦକ ମୁକୁନ୍ଦ ବେସ୍ର୍ରା ,ଉମରକୋଟ ର ବୁନି ପଟନାୟକ, ଝରିଗାଁ ର ଗିରି ମାଝୀ,ଡାବୁଗାଁର ସଞ୍ଜୀବ ପାଢ଼ୀ, କୋଷଗୁମୁଡ଼ା ର ସନ୍ତୋଷ ସିଂ ଦେବ ,ପାପଡା ହାଣ୍ଡି ର ସ୍ବପ୍ନଜିତ ପଟନାୟକ , ନବରଙ୍ଗପୁରର ଶ୍ରୀଧର ପାତ୍ର, ତେନ୍ତୁଳିଖୁଣ୍ଟି ର ଦିଲିପ ସୁନା ,ନନ୍ଦାହାଣ୍ଡି ର ସମ୍ପାଦକ ହେଲେ ଶୁଭ୍ରଜିତ ତ୍ରିପାଠୀ। ସେହିଭଳି କାର୍ଯ୍ୟକାରୀ କମିଟି ରେ ଦେବେନ୍ଦ୍ର ମିଶ୍ର , ଏମ ଡି ହୁସେନ , ଅଜିତ ନାୟକ ,ଜନାର୍ଦ୍ଦନ ରାଓ , ଏ ସତିଶ, ଗୋପାଳ କୃଷ୍ଣ ନାୟକ , ପ୍ରଶଦ ବିଶୋଇ , ଅମ୍ବିକା ଦାସ , ମନୋହର ମହାନ୍ତି , ଜୟଶ୍ରୀ ଦାସ ମନୋନୀତ ହୋଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ପାଇଁ ନବରଙ୍ଗପୁର ଜିଲ୍ଲାରେ ୧,୦୬,୪୬୪ ଚାଷୀ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ 

Sunil Chandra Nayak

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

Sunil Chandra Nayak

Leave a Comment

error: Content is protected !!