ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

ଲାଞ୍ଜିଗଡ଼,୨୫/୦୧(ମନିସ)-ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଏ ମାସର ଶେଷ ସୁଦ୍ଧା ଅବସର ନେବାକୁ ଯାଉଥିବାବେଳେ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ ତାଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିପାଇଁ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ଦୁଃଶାସନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନାଏକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରମୋଦ କୁମାର ମହାନ୍ତି, ଲାଞ୍ଜିଗଡରୋଡ଼ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ପଟ୍ଟନାୟକ, ପାଣିମୁଣ୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ବିଶିକେଶନ ସୁନା, ଲାଞ୍ଜିଗଡରୋଡ଼ ଓ ମସ୍କାଗୁଡ଼ା କ୍ଲଷ୍ଟର ସିଆରସିସି ପ୍ରକାଶଚନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଇ ଅବସରରେ ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ ! ଏହି ଅବସରରେ ଗୋବର୍ଦ୍ଧନପୁର କ୍ଲଷ୍ଟର ଅଞ୍ଚଳର ୧୬ଗୋଟି ସ୍କୁଲରୁ ୫୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନାଏକଙ୍କ ଅବସର ପୂର୍ବ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମଞ୍ଜୁଲତା ଦାସ, ଚିନ୍ତାମଣି ବିଶ୍ବାଳ, ଶରତ ଚନ୍ଦ୍ର ସାହାଣୀ, ଇଗ୍ନେସ ମାର୍ଥା ପ୍ରତ୍ୟୁଷ ତିର୍କୀ, ରଞ୍ଜନ କୁମାର ବୁଦ୍ଧିଆ, ବଦ୍ରିନାରାୟଣ ନାଗ, ମାନସରଞ୍ଜନ ଦୀପ, ଯଶୋବନ୍ତୀ ମାଝୀ, ସନ୍ତୋଷ କୁମାର ପରିଡ଼ା,ମହେଶ୍ବର ମାଝୀ, କୁମାର ଗୌରବ ପରିଡ଼ା, ଦୈତାରୀ ମାଝୀ, ଗୁଣନିଧି ଛତ୍ରିଆ, କବିରାଜ ଶବର, ରୀନା ଭୋଇଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସ୍ମ୍ରୁତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

masiha

ଗୋପବନ୍ଧୁ ଙ୍କ ସେବା ମାପିବାକୁ ଫିତା ନାହିଁ ଗୋପବନ୍ଧୁ ଙ୍କ ସେବା ଅମାପ : ଶ୍ରାଦ୍ଧ ତିଥିରେ ବକ୍ତା ଙ୍କ ସ୍ମୃତି ଚାରଣ 

Sunil Chandra Nayak

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!