ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ପାଳିତ

ଡାବୁଗାଁ, ୨୫/୧ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ବୁଧବାର ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଭୋଟର ଦିବସ କାହିଁକି ପାଳନ କରାଯାଉଛି ସମସ୍ତ ଛାତ୍ରୀମାନଙ୍କୁ ବୁଝାଇ ଛାତ୍ରୀମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ କରାଇଥିଲେ । ମତଦାନ ଦେବାନେଇ କାହାରି ଠାରୁ କୌଣସି ଉତ୍କୋଚ ନ ନେଇ ସଠିକ ବ୍ୟକ୍ତିକୁ ଚୟନ କରାଇବା ହେଉଛି ସଠିକ ବିଶ୍ଵ ଭୋଟର ଦିବସ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଗଣତନ୍ତ୍ର ସୁଦୃଢ କରିବା ଲାଗି ଆମର ଭୂମିକା ବିଷୟରେ ଛାତ୍ରୀ ମାନେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ |ପରେ ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଏହାସହ ଡାବୁଗାଁ ବ୍ଲକ ର ସମସ୍ତ ବୁଥରେ ବିଶ୍ଵ ଭୋଟର ଦିବସ ପାଳନ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୫୦୨ ପଞ୍ଜିକରଣ 

masiha

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!