ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡା  //  ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି, ମିଳିତ ପ୍ୟାରେଡ଼ କୁ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଉଦବୋଧନ ଦେଇ ସ୍ବାଧୀନତା ପରେ ଆଜିର ଦିନ ସମ୍ବିଧାନ ପ୍ରଣୟନ ହୋଇ ଦେଶ ମାତୃକାର ବିଧି ବ୍ୟବସ୍ଥା, ନୀତି ନିୟମ ଉପରେ ଡ଼ଃ.ଆମ୍ବେଦକରଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ଏସ୍ଡିପିଓ ଅରୁପ ଅଭିଷେକ ବେହେରା, ପ୍ରାକ୍ତନ ଅଧକ୍ଷ ଡ଼ଃ.ମେଜର ରାମଚନ୍ଦ୍ର ମିଶ୍ର, ବିଇଓ ନକୁଳ ଶବର, ଖଡ଼ିଆଳ ତହସିଲଦାର ମଧୁସ୍ମିତା ପାତ୍ର, ଯୋଗ ଦେଇଥିଲେ। ହାଇସ୍କୁଲର ଏନସିସି ଅଧିକାରୀ ଅକ୍ଷୟ ରଥ, ରତନ ସିଂ ବାରିକ ଯୋଗ ଦେଇଥିଲେ। ମିଲିତ ପ୍ୟାରେଡ଼ ରେ କଲେଜ ଏନ ସି ସି ବାହିନୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଦେଶାତ୍ମକ ସଙ୍ଗୀତ,ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାସମାରୋହରେ ପାଳିତ ହୋଇ ଯାଇଅଛି ଉପଖଣ୍ଡି ସ୍ତରୀୟ ସାଧାରଣତନ୍ତ୍ର ଦିବସ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସିଜିମାଳି ଆନ୍ଦୋଳନକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ଗଣଧାରଣା, ଖଣି ଖନନକୁ ତୁରନ୍ତ ବାତିଲ ଦାବି କରାଯାଉ ନେଇ ଦାବିପତ୍ର 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ଅଖଣ୍ଡ ଭାରତ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!