ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ରାଉନ ସୁଗାର ସହିତ ଦୁଇ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରମେଶ୍ୱରପୁର ଶନିମନ୍ଦିର ନିକଟରେ ଦୁଇଜଣ ବ୍ରାଉନସୁଗାର ଵେବସାୟୀଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 24ଗ୍ରାମ 940ମିଲିଗ୍ରାମ ବ୍ରାଉନସୁଗାର ମୋଟର ସାଇକେଲ, ଓ ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି। ମଙ୍ଗଳବାର ରାତି ସାଢେ 11ଟା ସମୟରେ ଟାଉନ ପୋଲିସ ଏସଆଇ ସୋଭାଗ୍ୟ ପାଣି ଏବଂ ତାଙ୍କ ସାଥି ମାନଙ୍କୁ ନେଇ ଏକ ବୋଲର ରେ ଗାଡ଼ି ନମ୍ବର ଓଡି 05aAP2716ଯୋଗେ ପେଟ୍ରୋଲିଙ୍ଗ ପାଇଁ ଯାଉଥିବା ବେଳେ କମଳ କୁମାର ନାୟକ ଏବଂ ତାଙ୍କର ସାଥି ଗଁଦିଆ ଅଞ୍ଚଳ ରେ ହେରୋଇନି ବ୍ୟବସାୟ କରିବାକୁ ଯାଉଥିବାର ସୂଚନା ପାଇଥିଲେ । ଏହାକୁ ଭିର୍ତ୍ତିକରି ଟାଉନପୋଲିସ ରାସ୍ତାକୁ ନlକlବନ୍ଦୀ କରିବା ସହିତ ଗନ୍ଦିଆ ପାଶ୍ୱ ରୁ ଆସୁଥିବା ଏକ ମୋଟର ସାଇକେଲ ନମ୍ବର OR O6G2935ରେ ଦୁଇଜଣ ଯୁବକ ଆସୁଥିବାର ଜଣା ପଡିଥିଲା, ପୋଲିସ କୁ ଦେଖି ଦୁଇଜଣ ଦୃବୁତ ମୋଟର ସାଇକେଲ ନେଇ ରlମେଶ୍ୱରପୁର  ରାସ୍ତାରେ ଫେରାର ହେବାବେଳେ ପୋଲିସ ତାଙ୍କ ପିଛା କରି ଶନିମନ୍ଦିର ନିକଟରେ କାବୁ କରି ନେଇଥିଲା । ଉଭୟଙ୍କୁ ଗିରଫ କରିବାପରେ ସେମାନଙ୍କ ଠାରୁ ମୋଟର ସାଇକେଲ ସହିତ 24ଗ୍ରାମ 940ମିଲିଗ୍ରାମ ବ୍ରାଉନସୁଗାର ଓ ଏକ ରିଅଲମୀ ମୋବାଇଲ ଜବତ କରାଯାଇଥିଲା। ଏହି ଘଟଣାରେ ଟାଉନଥାନl ଅନ୍ତର୍ଗତ ପୂର୍ତ୍ତବିଭାଗ କଲୋନୀରେ ରହୁଥିବା ଅର୍ଜୁନ ନାୟକ ଙ୍କ ପୁଅ କମଳ ନାୟକ 34ବର୍ଷ ଏବଂ ଗାନ୍ଧୀ ମନ୍ଦିର ରୋଡରେ ରହୁଥିବା ଜମ୍ବେଶ୍ୱର ମହାରଣlଙ୍କ ବୋଲି ଜଣାପଡିଛି, ସେମାନ ଙ୍କ ନାମରେ ଟାଉନ ଥାନlରେ 62/23ରେ ଏକ ମାମଲାରୁଜୁ କରାଯାଇ ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ଛତିଶଗଡ ସୀମାନ୍ତରୁ ୩ଶହ ଗଞ୍ଜେଇ ଗଛ ଜବତ , ଅବକାରୀ ଓ ପୋଲିସ ମିଳିତ ଚଢ଼ଉ 

Sunil Chandra Nayak

ଭଉଣୀ ଘର ଯାଇ ନିଖୋଜ ମହିଳା

Sunil Chandra Nayak

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ; ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ

Sunil Chandra Nayak

Leave a Comment

error: Content is protected !!