ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ସମାରୋହ

ନୂଆପଡା  // ବ୍ରଜରାଜଙ୍କ ସାହିତ୍ୟରେ ଯେଉଁ ସାଙ୍ଗୀତିକତା ରହିଛି , ତାହା ଅନୁପମ ଅଟେ। ବ୍ରଜରାଜ ହେଉଛନ୍ତି ଶବ୍ଦ ଓ ଛନ୍ଦର ଯାଦୁଗର । ସ୍ଥାନୀୟ ଖଡ଼ିଆଳ ରାଜ ଦରବାର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିର ମିଳିତ ଆନୁକୁଲ୍ଯରେ ରାଜକବି ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ପାଳନ ଅବସରରେ ଅତିଥି ମାନେ ଯୋଗଦେଇ ଏହି ମତ ଦେଇଛନ୍ତି। ଅନୁଷ୍ଠିତ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ଯା ଡକ୍ଟର ସୁରେଶ୍ୱରୀ ବାଘ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ରାଜାସାହେବ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବ , ବିଶିଷ୍ଟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ , ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ,ମୁଖ୍ୟ ବକ୍ତା ଭାବରେ ଗାୟକ ଶିରୋମଣି ଅର୍ଜୁନ ଛତ୍ରୀଆ ଯୋଗଦାନ କରିଥିଲେ। ଖଡ଼ିଆଳ ସାହିତ୍ୟ ସମିତିର ସଂପାଦକ ତଥା ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦିତ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ସଂଗୀତଜ୍ଞ ନନ୍ଦଲାଲ ବାରିକ , ଜୟସିଂ ନାଏକ , ବିରଞ୍ଚି ବାରିକ ଓ ରେଶମ ଚଲାନ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। କବି ସନାତନ ମହାନ୍ତି , ଶଶୀକାନ୍ତ ଖମାରୀ , ଡକ୍ଟର ଶରତ ଚନ୍ଦ୍ର ଚଲାନ, ବୈଷ୍ଣବ ମେହେର , କିଶୋର ବାଗ, ଲଳିତ କୁମାର ସୁନାନୀ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମାରୋହରେ ଗବେଷକ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର , ସାହିତ୍ଯିକ ଡକ୍ଟର ସୁଶାନ୍ତ କୁମାର ବିଶି , ଚତୁର୍ଭୁଜ ସିଂହ ଦେଓ , ଆକାଶ କୁମାର ସାହ, କୁନାଲ ଚରଣ ବେହେରା , ପ୍ରାଧ୍ଯାପକ ଚନ୍ଦ୍ର ଶେଖର ଚନ୍ଦ୍ରକାର , ଡୋଳାମୋହନ ସିଂ ବାବୁ , ଲାଏବନ ବାଗ , ଯୋଗେଶ୍ୱର ରାଉତରାୟ, ଅସୀମା ବାଘ ,ଖରତ ଚନ୍ଦ୍ର ବାରିକ, ଅଧ୍ଯାପକ ଧ୍ରୁବ ଚରଣ ପଧାନ, ସଂଗ୍ରାମ ସିଂହ ଠାକୁର , କ୍ଷେମ ସାଗର ସାହୁ , ଅବକାଶ ନାରାୟଣ ପଣ୍ଡା, ମୁକୁନ୍ଦ ପୁଟେଲ , ପ୍ରେମ ଲାଲ ମେହେରପ୍ରମୁଖ ଶତାଧିକ ସାହିତ୍ଯିକ ଉପସ୍ଥିତ ଥିଲେ। ଯୁବରାଜ ଦେବ ଦେବ ସିଂହ ଦେବ ସହଯୋଗ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ 

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

masiha

Leave a Comment

error: Content is protected !!