ଢେ଼ଙ୍କାନାଳ(ମ ସୀ ହା)୨୬/୦୧_ ୭୪ ତମ ଗଣତନ୍ତ୍ର ଅବସର ରେ କଳା ସାହିତ୍ୟ କ୍ଷେତ୍ର ରେ ଚଳିତ ବର୍ଷ ଓଡ଼ିଶା ର ୪ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ତନ୍ମଧ୍ୟରୁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଅନ୍ୟତମ l ସେ ଢେ଼ଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ମାର୍ଥାପୁର ଶାସନ ରେ ୧୯୫୦ ଜୁଲାଇ ୧ ରେ ଜନ୍ମ ଗ୍ରହଣ କରିଛନ୍ତି l ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା,ବାଗ୍ମୀ, ସ୍ତମ୍ଭକାର, ଭାଷାବିତ୍, ଜ୍ୟୋତିର୍ବିଜ୍ଞାନୀ ଓ ଗବେଷକ l ବିଶେଷତଃ ଓଡ଼ିଆ ଭାଷା କୁ ଅନ୍ୟ ପ୍ରାନ୍ତୀୟ ଭାଷା ସହ ତୁଳନାତ୍ମକ ଚିତ୍ର ଦେଇ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଇ ୨୦୧୯ ମସିହାରେ ରାଷ୍ଟ୍ରପତି ଙ୍କ ଠାରୁ ସନନ୍ଦ ଓ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ହାସଲ କରିଛନ୍ତି ତତ୍ ସହ ଶ୍ରୀ ଜଗନ୍ନାଥ ଚେତନା କୁ ସହଜ ସରଳ ଓ ବୋଧଗମ୍ୟ ଧାରା ରେ ପରିବେଷଣ ପୂର୍ବକ ସୁଖ୍ୟାତି ଅର୍ଜନ କରିଛନ୍ତି l ତାଙ୍କର ଅଦ୍ୟାବଧି ୧୫୦୦ ରୁ ଉର୍ଦ୍ଧ୍ବ ପ୍ରବନ୍ଧ ଲେଖିବା ସହ ୧୯୬୮ ମସିହା ରୁ ବିଭିନ୍ନ ସମ୍ବାଦ ପତ୍ର, ପତ୍ର ପତ୍ରିକା ରେ ଲେଖନୀ ଚାଳନା ଜାରି ରହିଛି l ୭୩୨ ପୃଷ୍ଠା ର ଓଡ଼ିଆ ମୌଳିକ ବ୍ୟାକରଣ ଲେଖି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତତଫରୁ ସମ୍ମାନ ସୂଚକ ଡି ଲିଟ ଉପାଧି ହାସଲ କରିଛନ୍ତି l ନିକଟ ଅତୀତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ପୁନର୍ଗଠିତ ହୋଇଥିଲା ବେଳେ ୩ ଜଣିଆ ପ୍ରତିନିଧିଙ୍କ ମଧ୍ୟ ରେ ସ୍ଥାନ ପାଇଛନ୍ତି l ସଂପ୍ରତି ସେ ଢେ଼ଙ୍କାନାଳ ପୌରାଞ୍ଚଳ ୧ ଆନନ୍ଦନଗର ରେ ସପରିବାର ରହୁଛନ୍ତି l ଗତ କାଲି ବିଧିବଦ୍ଧ ପଦ୍ମଶ୍ରୀ ପୁରସ୍କାର ଭାବେ ଘୋଷଣା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟି ଚାଲିଛି l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍