ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣାରେ ସାଧାରଣତନ୍ତ୍ର ଦିବସ ପାଳିତ 

ଦେଶ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍ଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ସେବେଠୁ ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ ହୋଇଆସୁଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ମଧ୍ୟ ଆନନ୍ଦ ଉଲ୍ଲାସରେ ଏହି ଉତ୍ସବକୁ ପାଳନ କରାଯାଇଛି । ସ୍ଥାନୀୟ ସମସ୍ତ ସରକାରୀ ଦପ୍ତର, ବିଦ୍ୟାଳୟ, ସମସ୍ତ ରାଜନୈତିକ ଦଳ ତଥା ଯୁବ ଜାଗରରଣ ସମିତି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ବିଶେଷତଃ ଜାତୀୟ ଦିବସ ପାଳନ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସହରର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗନେଇ ପ୍ୟାରେଡ଼,ଖେଳକୁଦ ଏବଂ ଦେଶାତ୍ମବୋଧକ ସଙ୍ଗୀତ ନୃତ୍ୟ ପରିବେଷଣ କରିଥିଲେ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ପତ୍ରକାର)

Related posts

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!