ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସର ଠାରେ ଚଳିତ ମାସ ୧୩ ତାରିଖ ଠାରୁ ୨୪ ତାରିଖ ଯାଏଁ ଆଠଦିନ ଧରି +୨ ଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ  ତାହାର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ରଷ୍ମୀତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ କରାଟେ ବ୍ଳାକ ବେଲଟ ଦୀପକ କୁମାର ସାମନ୍ତରାୟ ଯୋଗଦେଇ ଆଜିର ସମାଜରେ ନାରୀ କିପରି ଅସୁରକ୍ଷିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ନାରୀ କିପରି ବିପଦ ସମୟରେ ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେଥିପାଇଁ ସେମାନେ ସ୍ବତନ୍ତ୍ର ସ୍ବାବଲମ୍ବୀ ହେବା ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗୋଲ୍ଡ ମେଡାଲଲିଷ୍ଟ ବ୍ଳାକ ବେଲ୍ଟର ସାଲୋନୀ ପାତ୍ର , ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ବିଭୁଦେନ୍ଦୁ ମାନସିଂହ , ପ୍ରଶିକ୍ଷକ ଅର୍ଚ୍ଚନା ବେହେରା , କଳ୍ପଶ୍ରୀ ପ୍ରଧାନ ଯୋଗଦେଇ ନିଜ ନିଜର ମତବ୍ୟକ୍ତ ରଖିଥିଲେ । ସମାଜ ରେ ନାରୀର ଭୂମିକା ସମ୍ପୁର୍ଣ୍ଣ ଭିନ୍ନ । ସେ କେତେବେଳେ ଜନନୀର ଭୂମିକା ନେଉଥିବା ବେଳେ। ଆଉ କେତେବେଳେ ଭଗୀନିର ଭୂମିକା ଲିଭାଇ ଥାଏ । ଏପରିକି ସମାଜର ସୁରକ୍ଷା ନିମନ୍ତେ ବେଳେ ବେଳେ ସଂହାର କାରିଣୀ ର ରୂପବି ନେଇଥାଏ । କିନ୍ତୁ ନାରୀ ଅତି ସରଳ ହୋଇଥିବାରୁ ସେ ସବୁକଥାକୁ ଅତି ସହଜରେ ବିଶ୍ୱାସ କରିନେଇଥାଏ । ସେଥିପାଇଁ ସେମାନେ ଅସୁରକ୍ଷିତ ହୋଇଥାନ୍ତି । ଆଜିର ସମାଜରେ ନାରୀ ସୁରଖିତ ନାହାନ୍ତି । ସେଥିଲାଗି ଆଜିର ମହିଳାମାନେ ନିଜକୁ ନିଜେ କିପରି ସୁରକ୍ଷା ଦେଇପାରିବେ ତାହାକୁ ନେଇ ଅତିଥି ମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ତେବେ ଏହି ଅବସରରେ ଆଠଦିନ ଧରି ପ୍ରଶିକ୍ଷଣ ନେଇଥିବା ୧୬୦ ଜଣ ଛାତ୍ରୀ ଙ୍କୁ ନିଜ ନିଜର ପ୍ରମାଣ ପତ୍ର ଅତିଥି ମାନେ ପ୍ରଦାନ କରାଯାଇଥିଲା ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଲୋକକଳାକୁ ବଞ୍ଚେଇ ରଖିବାକୁ ସରକାରୀ ପ୍ରୋତ୍ସାହନ ନିହାତି ଦରକାର 

Sunil Chandra Nayak

ଗୁରୁ ଲାକୋ ଚନ୍ଦ୍ରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ  ନିମନ୍ତେ ପ୍ରସ୍ତୁତି ଜୋରଦାର

Sunil Chandra Nayak

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

masiha

Leave a Comment

error: Content is protected !!