ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସର ଠାରେ ଚଳିତ ମାସ ୧୩ ତାରିଖ ଠାରୁ ୨୪ ତାରିଖ ଯାଏଁ ଆଠଦିନ ଧରି +୨ ଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ତାହାର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ରଷ୍ମୀତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ କରାଟେ ବ୍ଳାକ ବେଲଟ ଦୀପକ କୁମାର ସାମନ୍ତରାୟ ଯୋଗଦେଇ ଆଜିର ସମାଜରେ ନାରୀ କିପରି ଅସୁରକ୍ଷିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ନାରୀ କିପରି ବିପଦ ସମୟରେ ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେଥିପାଇଁ ସେମାନେ ସ୍ବତନ୍ତ୍ର ସ୍ବାବଲମ୍ବୀ ହେବା ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗୋଲ୍ଡ ମେଡାଲଲିଷ୍ଟ ବ୍ଳାକ ବେଲ୍ଟର ସାଲୋନୀ ପାତ୍ର , ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ବିଭୁଦେନ୍ଦୁ ମାନସିଂହ , ପ୍ରଶିକ୍ଷକ ଅର୍ଚ୍ଚନା ବେହେରା , କଳ୍ପଶ୍ରୀ ପ୍ରଧାନ ଯୋଗଦେଇ ନିଜ ନିଜର ମତବ୍ୟକ୍ତ ରଖିଥିଲେ । ସମାଜ ରେ ନାରୀର ଭୂମିକା ସମ୍ପୁର୍ଣ୍ଣ ଭିନ୍ନ । ସେ କେତେବେଳେ ଜନନୀର ଭୂମିକା ନେଉଥିବା ବେଳେ। ଆଉ କେତେବେଳେ ଭଗୀନିର ଭୂମିକା ଲିଭାଇ ଥାଏ । ଏପରିକି ସମାଜର ସୁରକ୍ଷା ନିମନ୍ତେ ବେଳେ ବେଳେ ସଂହାର କାରିଣୀ ର ରୂପବି ନେଇଥାଏ । କିନ୍ତୁ ନାରୀ ଅତି ସରଳ ହୋଇଥିବାରୁ ସେ ସବୁକଥାକୁ ଅତି ସହଜରେ ବିଶ୍ୱାସ କରିନେଇଥାଏ । ସେଥିପାଇଁ ସେମାନେ ଅସୁରକ୍ଷିତ ହୋଇଥାନ୍ତି । ଆଜିର ସମାଜରେ ନାରୀ ସୁରଖିତ ନାହାନ୍ତି । ସେଥିଲାଗି ଆଜିର ମହିଳାମାନେ ନିଜକୁ ନିଜେ କିପରି ସୁରକ୍ଷା ଦେଇପାରିବେ ତାହାକୁ ନେଇ ଅତିଥି ମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ତେବେ ଏହି ଅବସରରେ ଆଠଦିନ ଧରି ପ୍ରଶିକ୍ଷଣ ନେଇଥିବା ୧୬୦ ଜଣ ଛାତ୍ରୀ ଙ୍କୁ ନିଜ ନିଜର ପ୍ରମାଣ ପତ୍ର ଅତିଥି ମାନେ ପ୍ରଦାନ କରାଯାଇଥିଲା ।
ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ