ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଇନୋରିଟି ୱେଲଫେୟାର ସୋସାଇଟି ର ସାଧାରଣତନ୍ତ୍ର ଦିବସ ପାଳନ

ଜଗତସିଂହପୁର :- 26/01/23–ଦେଶ ପାଳନ କରୁଛି 74 ତମ ସାଧାରଣତନ୍ତ୍ର ଦିବସ ! ସାରାଦେଶରେ ଉଡୁଛି ତ୍ରିରଙ୍ଗା ପତାକା ! ଭାରତ ସ୍ୱାଧୀନତା ଲାଭ କରିବା ପରେ ଭାରତୀୟ ଲୋକତନ୍ତ୍ରକୁ ସମ୍ଭାଳିବା ପାଇଁ ଏକ ନିୟମ ପୁସ୍ତକର ଆବଶ୍ୟକ ପଡିଲା ! ଯାହା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଅତି ସୁନ୍ଦର ଭାବେ ଦେଶର ସବୁ ବର୍ଗର ଲୋକଙ୍କ ହିତପାଇଁ,ଏକ ନିୟମପୁସ୍ତକ ଲେଖିଲେ ! ସେଇ ପୁସ୍ତକ 1950 ମସିହା ଜାନୁଆରୀ 26 ତାରିଖରେ ସମ୍ବିଧାନ ନାମରେ ଦେଶ ଉଦ୍ଦେଶ୍ୟରେ ପ୍ରଚଳନ କରାଗଲା ! ଏହି ଦିବସକୁ ସାଧାରଣତନ୍ତ୍ର ଦିବସ ଭାବେ ଏକ ଜାତୀୟ ଉତ୍ସବ ରୂପରେ ଦେଶର ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଜାତୀୟ ପତାକାକୁ ସମ୍ମାନ ଜଣାଇ ରାଷ୍ଟ୍ରୀୟ ସଂଗୀତ ଗାଇ ଉତ୍ସାହର ସହିତ ପାଳନ କରିଥାନ୍ତି ! ଏହି ଜାତୀୟ ପର୍ବରେ ସାମିଲ ହୋଇଛନ୍ତି, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବଡ ନଇନିପୁର ସ୍ଥିତ ସମାଜସେବା ସଂଗଠନ ମାଇନୋରିଟି ୱେଲଫେୟାର ସୋସାଇଟି, ! 2018 ମସିହାରୁ ଆରମ୍ଭ ହୋଇଥିବା ଏହି ସାମାଜିକ ସଂଗଠନ, ସ୍ଥାନୀୟ ଅଞ୍ଚଳରେ ବନ୍ୟା, ବାତ୍ୟା, ମରୁଡି, ଦୈବୀ ଦୁର୍ଘଟଣା, ସକାଶୁ କ୍ଷତିଗ୍ରସ୍ତ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛି ! ଆଜିର ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅଲ ଓଡିଶା ଉର୍ଦ୍ଧ୍ୱ ସାହିତ୍ୟ ଏକାଡେମୀ ଜଗତସିଂହପୁର ର ସକ୍ରିୟ ସଭ୍ୟ ମିର୍ଜା ମେହେବୁବ ବେଗ, ଅନ୍ୟ ମାନଙ୍କ ମଧ୍ୟରେ ଥିଲେ, ସେକ ଇମତୀୟାଜ ନଦିମ୍, ସେକ ତୟାବ ଅଲ୍ଲୀ, ସୟିଦ ଜୁଲଫିକର ଅଲ୍ଲୀ, ମିର୍ଜା ଅଦନାନ ବାଗ, ସନୱାର ପରୱାନା, ମହମ୍ମଦ ହୁସେନ, ସେକ ଜମାଲ ଅହମଦ, ହାପୀଜୁଦ୍ଦିନ ଖାନ, ସେକ ଆଲ୍ଲାଉଦ୍ଦିନ, ଏବଂ ସେକ ଅସଲମ୍ ମହମ୍ମଦ ! ଗଣତନ୍ତ୍ର ଦିବସ ଅବସରରେ ଦେଶର ଅଖଣ୍ଡତାକୁ ବଜାୟ ରଖିବାକୁ ହେଲେ ସମ୍ବିଧାନକୁ ପୂର୍ଣ୍ଣ ମାତ୍ରାରେ ପ୍ରଚଳନ କରିବାକୁ ସମସ୍ତ ଅତିଥି,ଜନସାଧାରଣ ତଥା ରାଜନୈତିକ ନେତା ମାନଙ୍କୁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା ! ଅବଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇ ଉତ୍ସବକୁ ଆନନ୍ଦ ମୁଖର କରାଯାଇଥିଲା !

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳିତ 

masiha

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆମ୍ବତୋଟା ରେ ଜମୁଛି ପିଲାଙ୍କ ଭିଡ଼

Sunil Chandra Nayak

Leave a Comment

error: Content is protected !!