ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ ସଭା

ବାଲେଶ୍ଵର,୨୭/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପଳସାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫୁଲ୍ଲ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଇ. ସୁରେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ବକ୍ତା ଭାବେ ବିଇଓ ଗୋଲୋକ ବିହାରୀ ପାଢ଼ୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ଶ୍ରୀଧର ବେହେରା, ଗୌରାଙ୍ଗ ଚରଣ ମହାପାତ୍ର, ହେମନ୍ତ ମିଶ୍ର ଓ ପ୍ରାକ୍ତନ ଏବିଇଓ ସୁଦର୍ଶନ ରାଉତ, ସାହିତ୍ୟିକ ଶତୃଘ୍ନ ଦାସ, ଶିକ୍ଷକ ପରେଶ ଦକ୍ଷିଣରାୟଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ବାରିକଙ୍କ ସ୍ବରଚିତ ପୁସ୍ତକ ” କବିତା କୁସୁମ ” ଓ ” ଶୋଭାମୟୀ ସିଙ୍ଗାପୁର ” ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପରେ ପରେ ମୁଖ୍ୟ ଅତିଥି ଶ୍ରୀ ପାତ୍ରଙ୍କ କାଳଜୟୀ ସାହିତ୍ୟ ରଚନା ସମ୍ବନ୍ଧୀୟ ବକ୍ତବ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥିଲା । ସମ୍ମାନିତ ବକ୍ତା ବିଇଓ ଶ୍ରୀ ପାଢୀ ସ୍ବଳ୍ପରେ ବହୁ ମାର୍ମିକ ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଅନ୍ୟ ଅତିଥିମାନେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବାରିକଙ୍କ ଶିକ୍ଷକତା ସହିତ ସାହିତ୍ୟ ପ୍ରତିଭାକୁ ବକ୍ତବ୍ୟ ମାଧ୍ୟମରେ ବହୁ ପ୍ରଶଂସା କରିଥିଲେ ମଞ୍ଚାସୀନ ଅତିଥିମାନେ । ସଭା ଶେଷରେ ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବୟଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଅତିଥି ଓ ସମ୍ପୃକ୍ତ ଅଞ୍ଚଳବାସୀ ବହୁ ପ୍ରଶଂସା କରିଛନ୍ତି । ଉଭୟ ବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ବନ୍ଧୁ ମାନଙ୍କର ଉପସ୍ଥିତ ଓ ସହଯୋଗ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲା । ଏଥିରେ ପିଲାମାନଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଶେଷ ହେବାରେ ବିଦ୍ୟାଳୟକୁ ସହଯୋଗ କରିଥିଲେ । ମଞ୍ଚ ଆହ୍ୱାନ କରିଥିଲେ ଶଶିକାନ୍ତ ଦାସ । ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

masiha

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

Sunil Chandra Nayak

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!