ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଟେମରା ଠାରେ ମା କାଲିକେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋକସରା,୨୭/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଖେଳ ପଡ଼ିଆରେ ମା କାଲିକେଶ୍ୱରୀ ଫୁଟବଳ ଆସୋସିଏସନ ପକ୍ଷରୁ ଗୁରୁବାର ଫୁଟବଳ ଟୁର୍ଣ୍ଣାମେଣ୍ଟର ଉଦଯାପନି ଖେଳ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଆକାଶ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ମୁଖ୍ୟବକ୍ତା ଭାବେ ଅଶୋକ କୁମାର ଦାସ, ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସାଂସଦ ପ୍ରତିନିଧି ସୁଧୀର ପାତ୍ର, କାଲିକେଶ୍ୱରୀ ଫୁଟବଳ ଆସୋସିଏସନର ସଭାପତି ରାଜେନ୍ଦ୍ର ନାଏକ ଯୋଗଦେଇ ଫାଇନାଲ ମ୍ୟାଚର ଉଭୟ ଦଳ ଖେଳାଳିଙ୍କ ସହ ପରିଚୟ ପ୍ରଦାନ ଉତ୍ସଵରେ ସାମିଲ ହୋଇଥିଲେ। ଫାଇନାଲ ମ୍ୟାଚରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିବା ବେଳେ ମକରନ୍ଦ ୧୧ ନାଏକେନଗୁମା ଦଳ ଜଙ୍ଗଲି ଟାଇଗର ନର୍ଲାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଚାମ୍ପିୟାନ ହୋଇଛନ୍ତି। ଖେଳକୁ ଖେଳ ଶିକ୍ଷକ ତାପସ ଦାସ,ଭୁପେନ୍ଦ୍ର ଗୋପାଳ ଜଗମୋହନ ମାଝୀ ପରିଚଳନା କରିଥିଲେ । ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଉପସ୍ଥିତ ଅତିଥି ମାନେ ଟ୍ରଫି ସହ ପୁରସ୍କୃତ ରାଶି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ଶଙ୍କର ସତନାମୀ, ଲଳିତ ସତନାମୀ, ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ଈଶ୍ୱର ଚନ୍ଦ୍ର ଦାସ, କ୍ଷୀରସିନ୍ଧୁ ହଂସ, କୈଳାଶ ଚଳାନ, କେଶରୀ ପୁଝାରି, ବୃନ୍ଦା ସତନାମୀ, ରମେଶ ମାଝୀ ମାନେ ଉପସ୍ଥିତ ରହିଥିଲେ। ରୋହିତ କୁମାର ସତନାମୀ ମଞ୍ଚ ପରିଚାଳନା କରିଥିବା ବେଳେ ଫାଇନାଲ ଖେଳକୁ ମା କାଲିକେଶ୍ୱରୀ ଫୁଟବଳ ଆସୋସିଏସନର ସଦସ୍ୟ ପ୍ରେମଲାଲ ବାଣୁଆ, ଉପେନ୍ଦ୍ର ମାଝୀ, ପଙ୍କଜ ପୁଝାରି, ଆକାଶ ପାତ୍ର, ତୁଷାର ରଞ୍ଜନ ବାଣୁଆ, ଧରମ ସିଂ ବାଣୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

masiha

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

Sunil Chandra Nayak

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

masiha

Leave a Comment

error: Content is protected !!