ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନାଧିକାରୀଙ୍କ ଯୋଗଦାନ

ପାପଡାହାଣ୍ଡି,28/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ନୂତନ ଥାନାଧିକାରୀ ଭାବେ ଦୀପକ ଜେନା ଯୋଗଦେଇଛନ୍ତି | ଏହି ଅବସରରେ ବ୍ଲକ ଖବରଦାତା ସଂଘ ଓ ଜନ ପ୍ରତିନିଧି ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ଥାନାରେ ଖବରଦାତା ସଂଘ ସଭାପତି ଏନ ଜନାର୍ଦ୍ଦନ ରାଓଙ୍କ ଅଧକ୍ଷତାରେ ଫୁଲ ତୋଡ଼ା ଦେଇ ସଂଘ ସଭ୍ୟ ମାନେ ସ୍ୱାଗତ ଜଣାଇଥିଲେ | ଅଗାମି ଦିନରେ ବ୍ଲକରେ ପୋଲିସ ଓ ଖବରଦାତା ପରସ୍ପର ସହଯୋଗରେ କାର୍ଯ୍ୟ କରିବା ଲାଗି ଆଲୋଚନା ହୋଇଥିଲା | ସେହିପରି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଓ ଅଧକ୍ଷା ପ୍ରତିନିଧି ପରେଶ ଜେନା ପ୍ରମୁଖ ସ୍ୱାଗତ କରିଥିଲେ | ଏଥି ପୂର୍ବରୁ ଜେନା ଉମରକୋଟ ଥାନାରେ କାର୍ଯ୍ୟରତ ଥିଲେ |

ପାପଡାହାଣ୍ଡରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ବନବାସୀ ଅଞ୍ଚଳରେ ବାଳକ ବାଳିକାଙ୍କୁ ଶିକ୍ଷା ସଂସ୍କାର ଉପରେ ମାର୍ଗ ଦର୍ଶନ ସହ ବସ୍ତ୍ର ବଣ୍ଟନ

masiha

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

masiha

Leave a Comment

error: Content is protected !!