ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

ବନ୍ଧୁଗାଁ ତା ୨୮/୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ତା ୨୫/୧/୨୩ ଦିନ ମଧ୍ୟାହ୍ନ ସମୟରେ କାୟା କଳ୍ପ ନିର୍ଦ୍ଧାରଣ କମିଟି ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିଭିନ୍ନ ପରିଚାଳିତ କାର୍ଯ୍ୟକୁ ଗୁରୁତ୍ୱ ଦେଇ ବୁଲି ଦେଖି ଫେରି ଛନ୍ତି। ଲକ୍ଷ୍ମୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡ଼ା ନବ କିଶୋର କୁଣ୍ଡୁ ସହିତ କାୟା କଳ୍ପ ନିର୍ଦ୍ଧାରଣ କମିଟିର ଅରୁଣ ମହାପାତ୍ର ବି ଏସ କେ ୱି ଏଡିଶିନାଲ ଡାଇରେକ୍ଟର, ଡ଼ା ଗ୍ୟାନ ରଞ୍ଜନ ପ୍ରଧାନ ଆର୍ କେ ଏସ କେ ଷ୍ଟେଟ କନସାଲଟେନ୍ସ ଓ ଡ଼ା ଦୀପକ୍ ଶତପଥି ଷ୍ଟେଟ କନସାଲଟେଣ୍ଟ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ ରେ ପହଞ୍ଚି ଥିଲେ । ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡ଼ା ରଶ୍ମି ରଞ୍ଜନ ସାମଲ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । କାୟା କଳ୍ପ ନିର୍ଦ୍ଧାରଣ କମିଟିର ସଦସ୍ୟ ମାନେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ତର୍ ବିଭାଗ, ବୋହିର ବିଭାଗ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବଗିଚା ,ପିଇବା ପାଣି, ପାଇଖାନା , ସଫେଇ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ପରିଚାଳିତ ନଥି ପତ୍ର ର ବ୍ୟବହାର ସଠିକ୍ ଭାବେ ପରିଚାଳିତ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଦେଖୀ ଥିଲେ । ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡ଼ା ରଶ୍ମି ରଞ୍ଜନ ସାମଲ ଦାୟିତ୍ଵ ନେବା ପରେ ମେଡିକାଲ ଠାରେ ଚିକିତ୍ସା ସେବା ସମସ୍ତ ଡାକ୍ତର ଙ୍କ ଉପସ୍ଥିତିରେ ପ୍ରତିଦିନ ଶତାଧିକ ରୋଗି ପାଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ସବୁବେଳେ ସଫାସୁତୁରା ରଖିବା ସହିତ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ରହିଛି । କାୟା କଳ୍ପ ନିର୍ଦ୍ଧାରଣ କମିଟି ଆମ ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରି ଫେରିଥିବା ଯୋଗୁଁ ବ୍ଲକର ବୁଦ୍ଧି ଯିବି ମହଲରେ ଆନନ୍ଦ ପରିଲକ୍ଷିତ ହେଉଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

ମସୀହା ପ୍ରଭାବ : ରେବତୀ ର ଚିକତ୍ସା ପାଇଁ ତତ୍ପରତା ଦେଖାଇଲେ ଜିଲ୍ଲା ଚିକିତ୍ସାଧିକାରୀ

Sunil Chandra Nayak

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

Leave a Comment

error: Content is protected !!