ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ଜାତୀୟ ଭୋଟର ଦିବସ ପାଳିତ 

କାମାକ୍ଷାନଗର (ମସୀହା ନିଉଜ୍)୨୫/୦୧_ ବୁଧବାର ସକାଳ ୧୦ ଘଟିକା ସମୟରେ କାମାକ୍ଷାନଗର ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଏଵଂ ଜାତୀୟ ଭୋଟର ଦିବସ ଅଵସରରେ ନୂତନ ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ସଚେତନତା ଅଭିଯାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବନ୍ଦିତା ମହାନ୍ତି ମହୋଦୟାଙ୍କ ଅଧ୍ୟକ୍ଷତାରେ ଛାତ୍ରୀ ମାନେ ନଗର ପରିକ୍ରମା କରି ସଡ଼କ ସୁରକ୍ଷା ଉପରେ ଯେଉଁ ମାନେ ହେଲମେଟ୍ ନ ପିନ୍ଧି ବାଇକ ଚାଲାଉଛନ୍ତି ଓ ସିଟ୍ ଵେଲଟ୍ ନପିନ୍ଧି ଚାରି ଚକିଆ ଯାନ ଚଲାଉଛନ୍ତି ସେମାନଙ୍କୁ ଚକୋଲେଟ ଦେଇ ସଚେତନତା କରିଥିଲେ l ଏହା ସହିତ ଜାତୀୟ ଭୋଟର ଦିବସ ଉପରେ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣକୁ ଶୋଭାଯାତ୍ରା ମାଧ୍ୟମରେ ଜନଜାଗରଣ ପୂର୍ଵକ ଜନସାଧାରଣଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ଯାଦବ ମହାସଭା ପକ୍ଷରୁ ମାଟ୍ରିକ ଟପ୍ପର ସମ୍ମାନୀତ 

masiha

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ର ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!