ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

ରାଇଘର ୨୮/୧ ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଥିବା ସହୀଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲରେ ଆଜି ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା | 

   ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା | ଏହି ବିଜ୍ଞାନ ମେଳାରେ କେବଳ ସରକାରୀ ବିଦ୍ୟାଳୟ ଗୁଡ଼ିକକୁ ସାମିଲ କରାଯାଇଥିବା ବେଳେ ଘରୋଇ ବିଦ୍ୟାଳୟ ଗୁଡ଼ିକକୁ ଏହି ବିଜ୍ଞାନ ମେଳାରେ ନିମନ୍ତ୍ରଣ କରାଯାଇ ନଥିଲା | ଫଳରେ ପିଲାଙ୍କ ଉତ୍ସାହ ଦେଖି ବିଦ୍ୟାଳୟ କର୍ତୃପକ୍ଷ ଆଜି ବିଦ୍ୟାଳୟ ପରିସରରେ ଏହି ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା | ଏହି ବିଜ୍ଞାନ ମେଳାରେ ୭୫ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା l ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଇଶ୍ବର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଜୟଦେବ ପରିଡ଼ା , ଉପାଧ୍ୟକ୍ଷ ରଶ୍ମୀ ରଞ୍ଜନ ପରିଡ଼ା , ସି ଆର୍‌ ସି ସି ଦିଲୀପ ବସନ୍ତିଆ ପ୍ରମୂଖ ଯୋଗ ଦେଇଥିଲେ | ଏହି ବିଜ୍ଞାନ ମେଳାରେ ଜିଲ୍ଲା ସ୍ତରରେ ସ୍ଥାନ ପାଇବା ଭଳି ଉଚ୍ଚକୋଟିର ତଥା ଅତ୍ୟାଧୁନିକ ବିଜ୍ଞାନ କୌଶଳର ମଡେଲ୍ ଗୁଡ଼ିକ ସ୍ଥାନ ପାଇଥିଲା l ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ବହୁ ଅବିଭାବକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ ଯାଇଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

Sunil Chandra Nayak

ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ। ହେଲମେଟ ବିନା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା: ଜିଲ୍ଲାପାଳ

Sunil Chandra Nayak

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!