ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

 ତିର୍ତ୍ତୋଲ :-29/01/23 – ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ବିଜେପିର ଜିଲ୍ଲାସ୍ତରୀୟ ଷଷ୍ଠତମ ସାଙ୍ଗଠନିକ ବୈଠକ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ନେଇ ଏହି ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ , ଅତିଥି ପରିଚୟ ପ୍ରଦାନ କରିଥିଲେ ସୌଭାଗ୍ୟ ମହାନ୍ତି ! ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଲୋକସଭା ପ୍ରଭାରୀ ତ୍ରିନାଥ ପୁହାଣ, ରାଜକିଶୋର ବେହେରା, ସଞ୍ଜୟ କୁମାର ମହାନ୍ତି, ସମ୍ପଦ କୁମାର ସ୍ୱାଇଁ, ପ୍ରକାଶ ଦଳାଇ,ଏବଂ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଦାଶ,ଯୁଗଳ କିଶୋର ପ୍ରଧାନ,ସୁବୋଧ ବାରିକ, କ୍ରିଷ୍ଣା ମହାନ୍ତି, ତପନ ବେହେରା, ମାନସ ମହାପାତ୍ର, ସୁଧୀର କୁମାର ପଣ୍ଡା, ନୃସିଂହ ସାହୁ, ମୋହିତ ମହାନ୍ତି ସୁଶୀଲ ସାହୁ,ସ୍ମିତା ପ୍ରଧାନ,ନିର୍ଲିପ୍ତ ଜେନା,ସଞ୍ଜୟ ମହାନ୍ତି ଆଦି ବହୁ ସକ୍ରିୟ କର୍ମୀ ଓ ମଣ୍ଡଳ ଅଧିକାରୀ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ! ବିଭିନ୍ନ ବ୍ଲକ ମାନଙ୍କରେ ଆବାସ ଯୋଜନା ଗୃହ ଠାରୁ ଆରମ୍ଭ କରି ପାଇଖାନା ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି ବିଷୟରେ ବ୍ଲକସ୍ତରୀୟ ବିରୋଧ କରିବାକୁ ଜୋରଦାର ପଦକ୍ଷେପ ନେବାକୁ ମତ ରଖାଯାଇଥିଲା ! ଆଗାମୀ ନିର୍ବାଚନ ପାଇଁ ସଂଗଠନକୁ ମଜବୁତ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ନିଆଯାଇଥିଲା 

ତିର୍ତ୍ତୋଲରୁଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

 

Related posts

ନର୍ଲାକୁ ଏନଏସି ଘୋଷଣା ନହେବାରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଙ୍କ କୁଶପୁତ୍ତଳା ଦାହ 

masiha

ବିଜେପି ବସ୍ତିଅଭିଯାନ ତରଫରୁ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

ଫୁଲବାଣୀ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!