ତିର୍ତ୍ତୋଲ :-29/01/23 /- ଗତକାଲି ଝଙ୍କଡର ଗର୍ବ ଗୌରବ ତଥା ଓଡ଼ିଶାର ଭାଷା ସାହିତ୍ୟର ଅମ୍ଲାନ ସୂର୍ଯ୍ୟ ଶୁଦ୍ରମୁନି ସାରଳା ଦାସଙ୍କ ଶ୍ରାଦ୍ଧ-ଉତ୍ସବ ଉପଲକ୍ଷେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଓଡ଼ିଆ ଭାଷା ସାହିତ୍ୟ ଆସର !ପ୍ରଭାତରୁ ମହାନଦୀରେ ତିଳ ତର୍ପଣ କରି ମହାବିଦ୍ୟାଳୟ ପ୍ରାଙ୍ଗଣସ୍ଥିତ ଶୁଦ୍ରମୁନିଙ୍କ ପ୍ରତିମୂର୍ତ୍ତି ପାଖରେ ସାରଳା ମହାଭାରତ ପରାୟଣ ପରେ,ସାରଳାଦାସଙ୍କ କୃତି ଓ କିର୍ତ୍ତୀ ସମ୍ପର୍କରେ ଏକ ସାରସ୍ୱତ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା ! ଏହି ସଭାର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧିବାଦୀ ବ୍ୟକ୍ତିତ୍ୱ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଯୋଗଦେଇ ସାରଳା ମହାଭାରତରେ ନବଗୁଞ୍ଜର ରୂପର ବିସ୍ମୟ ଅବତାରଣାକୁ ଉପସ୍ଥାପନା କରିଥିଲେ ! ମୁଖ୍ୟ ବକ୍ତା ଭାବେ “ଚିର ସନ୍ଧାନ ” ର ସମ୍ପାଦକ ପ୍ରଫେସର ଡକ୍ଟର ପାର୍ଥସାରଥୀ ଅଜୟ ବାରିକ ଯୋଗଦେଇ ବିଶ୍ୱ ସାହିତ୍ୟକୁ ସାରଳା ଦାସଙ୍କ ଅବଦାନତଥା ସାରଳା ସାହିତ୍ୟର ମୌଳିକ ତତ୍ତ୍ୱ ବିଷୟରେ ବିଷଦ ଆଲୋକପାତ କରିଥିଲେ ! ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ସହିତ ମଞ୍ଚାସିନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ! ଓଡ଼ିଆ ସାହିତ୍ୟ ସମାଜର ଉପସଭାପତି ଡକ୍ଟର ସୁରଞ୍ଜନ ଲେଙ୍କା ଅତିଥି ପରିଚୟ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ! ମହାବିଦ୍ୟାଳୟ ତରଫରୁ ଏକ ସ୍ମରଣିକା ପୁସ୍ତକ “ଦ୍ୱା ସୁପର୍ଣ୍ଣା ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ, ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ଡକ୍ଟର ଅଶୋକ କୁମାର ରାଉତ ସଂଯୋଜନା କରିଥିବାବେଳେ ଅଧ୍ୟାପକ ସୁଶାନ୍ତ କୁମାର ଭୋଇ, ଅଧ୍ୟାପିକା ସାଗରୀକା ପୃଷ୍ଟି, ଅଲିପ୍ସା ଜେନା, ଋତୁପଦ ମୁର୍ମୁ ପରିଚାଳନାରେ ସହଯୋଗ କରିଥିବାର ଦେଖାଯାଇଥିଲା! ଶେଷରେ ସାଂକୃତିକ କାର୍ଯ୍ୟମାନ କରାଯାଇଥିଲା ! ସାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ପରିପ୍ରେକ୍ଷୀରେ ତେନ୍ତୁଳିପଦା ସ୍ଥିତ ମୁନି ଗୋସାଇଁ ମଠ ପରିସରରେ ମଧ୍ୟ ଏକ ସ୍ମୃତି ଶ୍ରଦ୍ଧାଞଳି ସଭା ଇଂ ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ଅନେକ ବଦାନ୍ୟ ବ୍ୟକ୍ତି, ସାହିତ୍ୟିକ, ଲେଖକ, କବି, ପ୍ରଶାସକ, ସାହିତ୍ୟ ସାଧକ ଉପସ୍ଥିତ ହୋଇଥିବାର ଦେଖାଯାଇଥିଲା !
previous post