ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

ବାଲିଆପାଳ -୨୯/୧ -ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଂଚାୟତ ରେ ଅବସ୍ଥିତ ନିଶା ମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି “ରେବତୀ” ପତ୍ରିକାର ସମ୍ପାଦିକା, ବିଶିଷ୍ଠ ରାଜନେତ୍ରୀ, ଏ ମାଟିର ଭୂମିକନ୍ୟା ସୁବାସିନୀ ଜେନା ,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ରାଉତ, ସରପଞ୍ଚ କସ୍ତୁରୀ ବାଳା ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ଜେନା, ସମିତି ସଦସ୍ୟା କାବେରୀ ରାଣୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଜୟ କୁମାର ପାତ୍ର, ବିଦ୍ୟାଳୟର ଦାତାଙ୍କ ସୁପୁତ୍ର ମନୋଜ କୁମାର ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶିକ୍ଷକ କମଳ ଲୋଚନ ପାଢ଼ୀ ବେଦ ପାଠ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିତା ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଅପରାହ୍ନରେ ବିଭିନ୍ନ ସହ ଶୈକ୍ଷିକ ପ୍ରତିଯୋଗିତାରେ ଓ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପିଲାମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ, ଗୀତ ଓ ନୃତ୍ୟ, ଏକାଙ୍କିକା ଓ ଏକକ ଅଭିନୟ ମାନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷକର୍ମୀ ସୁମତୀ ସି,ସଂଯୁକ୍ତା ତ୍ରିପାଠୀ,ଗୁଣନିଧି ରାଉତ, ପୁଲକ ସ, ପ୍ରତିମା ଦାସ, ମାମିନା ଦାସ, ପଦନ କିସ୍କୁ, ହରେକୃଷ୍ଣ ମାଝୀ, ଅନିଲ ଧଳ, ଲକ୍ଷ୍ମୀନାରାୟଣ ସେଠୀ, ଜୟନ୍ତୀ ପଣ୍ଡା, ଶଶୀଧର ମଣ୍ଡଳ, ବିଜୟୀ ଲକ୍ଷ୍ମୀ ବାଗ, ତାରା ମଣି ପାତ୍ର, ଚିନ୍ମୟ ପରମାଣିକପ୍ରମୁଖ ପରିଚାଳନା କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l ପରିଶେଷରେ ନଳିନୀକାନ୍ତ ପାଢ଼ୀ ଧନ୍ୟବାଦ ବାଦ ଅର୍ପଣ କରିଥିଲେ l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

Sunil Chandra Nayak

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!