ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

ମୟୂରଭଞ୍ଜ – (ମସିହା) ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ବଡ଼ଝରଣ ପଞ୍ଚୟତ ଜୁଡିଆ ଗ୍ରାମର ଅଗ୍ରଣୀ ମା ବନଦୂର୍ଗା କ୍ଲବର ୩୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଭାଦବ ହାଁସଦା,ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଝିଆରାମ ଟୁଡୁ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ବସା,ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ମାଝି ଯୋଗ ଦେଇଥିଲେ l ବୟସ୍କ ପୁରୁଷ ମାନଙ୍କ୮୦୦ମିଟର ଦୌଡ଼, ବାଳକ ମାନଙ୍କ ୪୦୦ମିଟର ଦୌଡ଼,ବାଳିକାଙ୍କ ୨୦୦ମିଟର ଦୌଡ଼, ବେଳୁନଫୋଟା,ମିଉଜିକ ଚେୟାର, ଅଙ୍କକଷା, ବାଲଟିରେ ବଲ ପୁରେଇବାଏବଂ ମହିଳା (ଶ୍ରୀମତି କମ ନୁହଁନ୍ତି)  ବିଭାଗରେ ବିଭିନ୍ନ କୌତୁକିଆ ଖେଳ ଆୟୋଜିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ପାରମ୍ପରିକ ଡlଣ୍ଠl,ଡ୍ରାମା, ଡିସ୍କୋ ନାଚରେ ଖେଳ ପଡିଆ ଦୁଲୁକି ଉଠିଥିଲା l ଆଖପାଖର ସହସ୍ରାଧିକ ଜନସମାଗମ ହୋଇଥିଲା l କ୍ଳବର ସଭାପତି ରାଜକୁମାର ମହାନ୍ତ,ସମ୍ପାଦକ ପାଣ୍ଡଵ ଗିରି,ମଞ୍ଚସିନ ରଜନୀକାନ୍ତ ମହାନ୍ତ, ଶ୍ରବଣ ଗିରି, କ୍ଷୀରୋଦ ଗିରି, କମଳାକାନ୍ତ ଗିରି,ସୁକାନ୍ତ ଗିରି,ମିଥୁନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

Sunil Chandra Nayak

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!