ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବଜାରରେ ବାଇକି କୁ ପିଟିଲା ବାଇକ: ଜଣେ ଗୁରୁତର !!!

ବାଣପୁର:- ୨୯।୧ ବେପାରୁଆ ଗାଡି ଚାଳନା ଯୋଗୁ ବାଣପୁର ବଜାରରେ ଘଟିଛି ଏକ ମର୍ମତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହାତ ହୋଇଥିବା ବେଳେ । ଜଣେ ଗୁରୁତର ଆହାତ ହୋଇ ଚିକିତ୍ସାପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ଆହାତ ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଣପୁର ଥାନା ନାରଣଦେଇପୁର ଗ୍ରାମର ଉଦୟ ଜେନାଙ୍କ ପୁଅ କପିଳ ଜେନା । ଘଟଣାରୁ ପ୍ରକାଶଜେ କପିଳ ଜେନା ଓ ତାର ସାଥି ବଳରାମ ତରାଇ ଏକ ପଲସର ମଟରସାଇକେଲ ଯୋଗେ ଦୃତଗତିରେ କଲେଜଛକ ଅଭିମୁଖେ ଯାଉଥିବାବେଳେ ସମୁଖ ଭାଗରୁ ଆସୁଥିବା ଆଉଏକ ବାଇକିକୁ ଧକାଦେଇଥିଲା । ଅନ୍ୟ ବାଇକି ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ । ପଲସର ଚାଳକ କପିଳ ଜେନା ଗୁରୁତର ଆହାତହୋଇ ତଳେ ପଡିଯାଇଥିବା ବେଳେ । ତାରସାଥି ସାମାନ୍ୟ ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ସାମ୍ବାଦିକ ସୁନିଲ କୁମାର ସୁବୁଧି ପହଞ୍ଚି ଥାନାକୁ ଖବର ଦେବାସହ ଆହାତ କପିଳ ଓ ତାହାର ସାଥିକୁ ଚିକିତ୍ସାପାଇଁ ବାଣପୁର ସରକାରି ଡାକ୍ତର ଖାନାକୁ ପଠାଯାଇଥିଲେ । ତତ୍କାଳିନ ଡାକ୍ତର କପିଳଙ୍କୁ ଅଧିକ ଚିକିତ୍ସାପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରିଛନ୍ତି ।

ବାଣପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା

masiha

ବନ୍ଧୁଗାଁ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ତୃତୀୟ ଜାତୀୟ ଲୋକ ଅଦାଲତ

masiha

Leave a Comment

error: Content is protected !!