ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

ତିର୍ତ୍ତୋଲ // 30/01/23:– ଗ୍ରାମର ମୁଖ୍ୟ ସ୍ରୋତରେ ସାମିଲ ଥିବା ମୁରବି, ବୟସ୍କ ବ୍ୟକ୍ତିବିଶେଷଙ୍କୁ ଉପଢୌକନ, ପୁଷ୍ପଗୁଛ ସହିତ ଏକ ନିଆରା ଢଙ୍ଗରେ ପୂଜିତ କରାଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଗ୍ରାମର ଉଦୀୟମାନ ଯୁବସମାଜ ! ନବ ବିବାହିତା ଦମ୍ପତି ବି ଆଶୀର୍ବାଦ ନେବାକୁ ଧାଇଁ ଆସିଥାନ୍ତି ଦୂର ଦୁରାନ୍ତରୁ ! ପୂଜ୍ୟପୂଜାର ଏହି ପରମ୍ପରା ଦୀର୍ଘ ଶହେ ବର୍ଷରେ ପଦାର୍ପଣ କରିସାରିଲାଣି! ପାଠକ ବନ୍ଧୁ ଏହି ସେଞ୍ଚୁରୀଆନ ଉତ୍ସବଟି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ପୋରଗଦେଇ ପଞ୍ଚାୟତର ଯୋଗାଣିଆ ଗ୍ରାମର ! ପୂଜ୍ୟପୂଜା ପରେ ଭାଇ ବନ୍ଧୁ କୁଟୁମ୍ବ ଓ ସାଙ୍ଗସାଥି ମାନଙ୍କର ମହା ଭେଟଭାଟ ହୋଇଥାଏ ! ତାପରେ ସମସ୍ତେ ମିଶି ଅଷ୍ଟସଖୀ ନୃତ୍ୟ ଓ ରାଧାକୃଷ୍ଣ ମିଳନ ଆଦି ସଂସ୍କୃତିସମ୍ପନ୍ନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି ! ଦୀର୍ଘବର୍ଷଧରି ପ୍ରଚଳିତ ପରମ୍ପରା ଆଗାମୀ ବର୍ଷ ମାନଙ୍କରେ ଆହୁରି ଆକର୍ଷଣୀୟ ହେବାର ଯୋଜନା ରହିଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳିଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

masiha

ଧର୍ମଗଡ଼ରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!