ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ

ରାଉରକେଲା/ ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ ହୋଇଯାଇଛି । ମଂଚର ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବରେ ଓ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ଚନ୍ଦ୍ରଶେଖର ପାଇକରାୟ, ସଂଜୀବ କୁମାର ଭୋଇ,ଶ୍ରୀଧର ସୁନା ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ସିଭିକ ସେଣ୍ଟର୍ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସଭାପତି ଶ୍ରୀ ପତି ଗାନ୍ଧିଙ୍କ ସ୍ମୃତି ଚାରଣ କରି କହିଲେଯେ ସତ୍ୟ ଓ ଅହିଂସାର ସାରଥି ଶାରିରୀକ ଶକ୍ତି ଅପେକ୍ଷା ମନର ବଳ ଉପରେ ବିଶ୍ବାସ ଓ ଭରସା ରଖୁଥିଲେ। ଅହିଂସା ର ପକ୍ଷପାତୀ ଯୋଗୁଁ ସେ ସାରା ବିଶ୍ବରେ ସେ ପ୍ରତୀକ ହୋଇ ରହିଥିଲେ। ଏହାସହ ସେ ତାଙ୍କର ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ସାମନ୍ନାରେ ଏକ ଫୁଟ ଗାତ ଗାଡି ଚଳା ଚଳ ଅସୁବିଧା 

masiha

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଥାନା ଅନ୍ତର୍ଗତ କଙ୍ଗିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!