ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

କାମାକ୍ଷାନଗର (ମ ନି ସ)31/1// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଟ୍ରକ ଡ୍ରାଇଭର |ସୂଚନା ମୁତାବକ ଟ୍ରକଟି ତାଳଚେର ରୁ କୋଇଲା ନେଇ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ, ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ କୌଣସି କାରଣ ରୁ ଟ୍ରକଟି ଓଲଟି ପଡିଥିଲା | ଫଳରେ ଟ୍ରକ ସହ ସେଥିରେ ଥିବା ଟ୍ରକ ଡ୍ରାଇଭର ଜଣକ ଜୀବନ୍ତ ଜଳି ଯାଇଥିଲେ l ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ, ଜୀବନ୍ତ ଦଗ୍ଧ ହୋଇଥିବା ମୃତ ଚାଳକଙ୍କୁ ଉଦ୍ଧାର କରିଛନ୍ତି |ସେପଟେ ଚlଳକଙ୍କ ପରିଚୟ ମିଳିପାରିନାହିଁ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ଆଶା ମ୍ୟାନଜରକୁ ବିଦାୟ, ନୂତନ କୁ ସ୍ୱାଗତ କାର୍ଯ୍ୟକ୍ରମ 

Sunil Chandra Nayak

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

masiha

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!