ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାଲିଆପାଳ ତହସିଲଦାର

ବାଲିଆପାଳ 31/1 ( ମନିସ ) ସ୍ଥାନୀୟ ପ୍ରଶାସନ ର ମହନୀୟତା, ଗରିବ ବିଧବା ମହିଳାଙ୍କୁ ବଢ଼ାଇଲେ ସହାୟତା ର ହାତ, ତେବେ ସୂଚନା ରୁ ପ୍ରକାଶ ବାଲିଆପାଳ ବ୍ଲକ ଅଧୀନ ପାଞ୍ଚୁପାଲି ଗ୍ରାମର ସ୍ବର୍ଗତ ଅନିରୁଦ୍ଧ ଦଳାଇଙ୍କ ସ୍ତ୍ରୀ ମମତା ଦଳାଇ ରୋଜଗାରିଆ ସ୍ୱାମୀ କୁ ହରାଇ ତିନୋଟି ଛୋଟ ଛୋଟ ପିଲାଙ୍କୁ ନେଇ ଦୟନୀୟ ଅବସ୍ଥାରେ ରହିଥିବା ବେଳେ, ସୂଚନାପାଇ ମମତାଙ୍କ ଘରେ ପହଁଚି ସହାୟତାର ହାତ ବଢ଼ିଛନ୍ତି ବାଲିଆପାଳ ତହସିଲଦାର। ତେବେ ବଳିଆପାଳ ତହସିଲଦାର ଦୀପକ କୁମାର ଦାସ ରେଡକ୍ରସ ତରଫରୁ 10,000 ନଗଦ କେସ୍ ଏବଂ ଚାରି ଡିସିମିଲ ପଟ୍ଟା ପ୍ରଦାନ କରିଥିଲେ, ଏହା ସହିତ ଆଗାମୀ ଦିନରେ ବିଧବା ଭତ୍ତା ଏବଂ ପକ୍କାଘର ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି, ତେବେ ତହସିଲିଦାର ଦୀପକ କୁମାର ଦାସ ବାଲିଆପାଳ ବ୍ଲକ ରେ ଥିବା କିଛି ଭୂମି ହୀନ ମାନଙ୍କୁ ମଧ୍ୟ୍ୟ ପଟ୍ଟା ଯୋଗାଇ ଦେଇଛନ୍ତି! ଏପରି ମହନିୟତା ପାଇଁ ବୁଦ୍ଧିଯିବି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ.. ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!